କଲ୍ କଲେ ଘରେ ପହଞ୍ଚୁଛି ଅକ୍ସିଜେନ୍ ଏକ୍ସପ୍ରେସ୍, ଅସହାୟ ରୋଗୀଙ୍କ ନିକଟରେ ପହଚାଂଉଛନ୍ତି ସଂଜିବନୀ

Advertisment
କଲ୍ କଲେ ଘରେ ପହଞ୍ଚୁଛି ଅକ୍ସିଜେନ୍ ଏକ୍ସପ୍ରେସ୍, ଅସହାୟ ରୋଗୀଙ୍କ ନିକଟରେ ପହଚାଂଉଛନ୍ତି ସଂଜିବନୀ

ଜଗତସିଂହପୁର ଟାଉନ୍: କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଛି । ବିଶେଷ କରି ଦ୍ୱିତୀୟ ଲହର ଅଧିକ ଘାତକ ସାବ୍ୟସ୍ଥ ହୋଇଛି । ଅମ୍ଳଯାନ ଅଭାବ ଯୋଗୁଁ ଅଧିକାଂଶ ରୋଗୀ ଆରପାରିକୁ ଚାଲି ଯାଉଛନ୍ତି । ପ୍ରତ୍ୟେକ ଦିନ ଆଖି ଆଗରେ ନିଜର ପ୍ରିୟଜନକୁ ହରାଇବାକୁ ପଡ଼ୁଛି । ମଶାଣିରେ ଜୁଇ ଲିଭୁନି କି ଆଖିରୁ ଲୁହ ଶୁଖୁନି । ସତେ ଯେମିତି ଜଣଙ୍କ ପରେ ଜଣେ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି । ଠିକ୍ ଏହି ଘଡ଼ି ସନ୍ଧି ମୁହୁର୍ତ୍ତରେ ଜଗତସିଂହପୁର ଜିଲ୍ଲାର କେତେକ ଯୁବଗୋଷ୍ଟୀ ଦେବଦୂତ ଭଳି ଅସହାୟ ରୋଗୀଙ୍କ ଘରେ ପହଚାଂଛନ୍ତି ଅମ୍ଳଯାନ ସେବା ।

ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହର ଜଗତସିଂହପୁର ଜିଲ୍ଲାରେ ଅନେକଙ୍କ ପ୍ରାଣ ନେଇ ସାରିଲାଣି । କରୋନା ସଂକ୍ରମଣ ଏବଂ ସଂଦେହରେ ଥିବା ଶତାଧିକ ରୋଗୀ ପ୍ରାଣ ହରାଇ ସାରିଲେଣି । ଅଧିକାଂଶ ରୋଗୀଙ୍କ ଅଭିଯୋଗ ଅନୁସାରେ ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ ବା ଅକ୍ସିଜେନ୍ ସ୍ତର କମ୍ ହେବାରୁ ରୋଗୀଙ୍କ ମୃତ୍ୟୁ ହେଉଛି । ସରକାରୀ ସ୍ତରରେ କରୋନା ରୋଗୀଙ୍କ ପାଇଁ ଅମ୍ଳଯାନ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ସତ । ହେଲେ ରୋଗୀ ଜଣଙ୍କ ମେଡିକାଲ କିମ୍ବା କୋଭିଡ୍ କେୟାରକୁ ଆସିଲେ ଯାଇ ଅମ୍ଳଜାନ ଦିଆଯାଉଛି । ଅନ୍ୟ ପଟେ ଅଧିକାଂଶ କରୋନା ରୋଗୀଙ୍କୁ ଘରେ ଆଇସୋଲେସନରେ ରହିବାକୁ କୁହାଯାଉଛି । ତେବେ ଘରେ ରୋଗୀ ରୋଗ ସହ ସଂଗ୍ରାମ କରୁଥିବା କରୋନା ରୋଗୀଙ୍କୁ ଅମ୍ଳଯାନ ଯୋଗଇବାର ସେଭଳି ବ୍ୟବସ୍ଥା କରାଯାଇ ନାହିଁ । କିଛି ଦିନ ତଳେ ନିଜ ଆଖି ଆଗରେ ଅମ୍ଳଜାନ ନପାଇ ଜଣେ ମହିଳା ରୋଗୀ ମୃତ୍ୟୁ ହେବାର ଦେଖି କେତେ ଜଣ ଯୁବକ ରୋଗୀଙ୍କ ନିକଟରେ ଅମ୍ଳଜାନ ପହଞ୍ଚାଇବାକୁ ସ୍ଥିର କରିଥିଲେ ।

ଏହି ଯୁବ ଗୋଷ୍ଟିଙ୍କ ନିକଟରେ ଅର୍ଥର ଅଭାବ ଥିଲା । କିନ୍ତୁ ମନୋବଳ ଦୃଢ଼ ଥିଲା । ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଥିଲା ଅକ୍ସିଜେନ୍ ଏକ୍ସପ୍ରେସ୍ କ୍ୟାମ୍ପେନ୍ । ଧୀରେ ଧୀରେ ଜଗତସିଂହପୁରର ବହୁ ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢ଼ିଥିଲା । ପ୍ରଥମେ ଦୁଇଟି ସିଲିଣ୍ଡର କିଣା ଯାଇ ଆରମ୍ଭ ହୋଇଥିଲା ଅକ୍ସିଜେନ୍ ସେବା । ସ୍ୱେଚ୍ଛାକୃତ ଭାବେ ରଘୁନାଥପୁରର ସମାଜ ବିକାଶ ମିଶନ ଏବଂ ଜଗତସିଂହପୁର କିଡ୍ଜୀ ପ୍ଲେ ସ୍କୁ୍ଲ୍ ପକ୍ଷରୁ ଦୁଇଟି ଆମ୍ଭୁଲାନ୍ସ ଗାଡ଼ି ଯୋଗାଇ ଦେଇଥିଲେ । ପୁରୀ ବାଲିଘାଇ କ୍ରିୟାଯୋଗ ଆଶ୍ରମର ପ୍ରାଜ୍ଞାନ୍ ମିଶନ ପକ୍ଷରୁ ୫ଟି ସିଲିଣ୍ଡର ସମେତ ଅନେକ ବଦାନୃ ବୃକ୍ତି ସିଲଇଣ୍ଡ ପାଇଁ ସହଯୋଗ କରିଛନ୍ତି । ଧୀରେ ଧୀରେ ପ୍ରତ୍ୟେକ ବ୍ଲକକୁ ସ୍ୱେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନ ଏହି ସେବାରେ ଯୋଡ଼ି ହୋଇଥିଲେ । ତେବେ ବିପଦରେ ପଡ଼ିଥିବା ରୋଗୀ ଫୋନ୍ କଲେ ପ୍ରଥମେ ତାଙ୍କୁ କାଉନସେଲିଂ କରାଯାଉଛି । ଗୁରୁତର ରୋଗୀଙ୍କୁ ତୁରନ୍ତ ଅକ୍ସିଜେନ୍ ଯୋଗାଇ ଦେଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଡାକ୍ତର ପରାମର୍ଶରେ ଘରେ ରହି ଚିକିତ୍ସତ ହେଉଥିବା ରୋଗୀଙ୍କୁ ମଧ୍ୟ ସେବା ଯୋଗାଇ ଦିଆଯାଉଛି ।

ଜଗତସିଂହପୁର ଦୁଃଖିରାମ ସ୍ୱାଇଁ କଳା ପ୍ରତିଷ୍ଠାନ, କ୍ରାନ୍ତି ଓ ବିଶ୍ୱ କଲ୍ୟାଣ ଟ୍ରଷ୍ଟ, ରଘୁନାଥପୁର ବ୍ଲକ୍ରେ ସମାଜ ବିକାଶ ମିଶନ ଓ ଜୟ ଜଗନ୍ନାଥ ସେବା ସଙ୍ଗଠନ, ଏରସମାର ହେଲ୍ପିଙ୍ଗ ହ୍ୟାଣ୍ଡ ସୋସାଇଟି ଓ ଏରସମା ସଚେତନ ନାଗରିକ ମଂଚ, ନାଉଗାଁର ଇନ୍ଦିରା ସ୍କାରକୀ ଯୁବକ ସଂଘ ଓ ଏକତା ସ୍ପୋଟିଂ କ୍ଲବ୍, ତିର୍ତ୍ତୋଲ ବ୍ଳକ୍ରେ ଅନନ୍ତବଳିଆ ଟ୍ରଷ୍ଟ, କୁଜଙ୍ଗ ବ୍ଳକ୍ରେ ମାନସକର ଓ ସାଥୀ, ବିରିଡିରେ ସୃଷ୍ଟି ଫାଉଣ୍ଡେସନ, ବାଲିକୁଦାର ବିପ୍ଳବୀ ଯୁବକ ସଂଘର ସେବକ ସେବିକା ମାନେ ରୋଗୀଙ୍କ ନିକଟରେ ପହଞ୍ଚୁଛନ୍ତି । ଆଲୋକ ରଂଜନ ଦାସ, ଅଜୟ ଗୋଛାୟତ, କାଳିକିଙ୍କର ମହାନ୍ତି, ସରିତ ମହାପାତ୍ର, ସଂଜୟ ସାହୁ, ସୌମ୍ୟଜିତ୍ ଦାଶ, ମାନସ କର, ବିଜୟ କୁମାର ରାଉତ, ସତ୍ୟବ୍ରତ ବିଶ୍ୱାଳ, ସୂର୍ଯ୍ୟକାନ୍ତି ମହାନ୍ତି, ଉଦୟ ନାଥ ସ୍ୱାଇଁ, ଭାସ୍କର ଜେନା ପ୍ରମୁଖ ଏହାକୁ ପରିଚାଳନା କରଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe