ଅକ୍ସିଜେନ୍‌ ରିଫିଲିଂ ପ୍ଲାଣ୍ଟର ଶୁଭାରମ୍ଭ

Advertisment
ଅକ୍ସିଜେନ୍‌ ରିଫିଲିଂ ପ୍ଲାଣ୍ଟର ଶୁଭାରମ୍ଭ

କେନ୍ଦୁଝର: ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍‌ ସଙ୍କଟ ଦେଖା ଦେଇଥିବାବେଳେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ଏମ୍‌ଏସ୍‌ପି ପ୍ଲାଣ୍ଟ ପରିସରରେ ମେଡିକାଲ ଅକ୍ସିଜେନ୍‌ ରିଫିଲିଂ ପ୍ଲାଣ୍ଟର ଶୁଭାରମ୍ଭ କରାଯାଇଛି। ଯାହା କେନ୍ଦୁଝରବାସୀଙ୍କ ପାଇଁ ଆଶ୍ବସ୍ତି ଆଣିଛି। ମିଳିଥିବା ସୂଚନା ଅନୁସାରେ, ଏମ୍‌ଏସ୍‌ପି ଗ୍ରୁପ୍‌ ଅଧ୍ୟକ୍ଷ ସୁରେଶ ଅଗ୍ରୱାଲଙ୍କ ଦୂରଦୃଷ୍ଟି ଯୋଗୁଁ ଗତବର୍ଷ ପ୍ଲାଣ୍ଟ ପରିସରରେ ଏକ ଇଣ୍ଡଷ୍ଟ୍ରିଆଲ ଅକ୍ସିଜେନ୍‌ ପ୍ଲାଣ୍ଟ ଆରମ୍ଭ କରାଯାଇଥିଲ।

ମାତ୍ର ଚଳିତବର୍ଷ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଅକ୍ସିଜେନ୍‌ ସଙ୍କଟକୁ ଆଖିଆଗ‌ରେ ରଖି ମେଡିକାଲ ଅକ୍ସିଜେନ୍‌ ରିଫିଲିଂ ପାଇଁ ଅନୁମତି ଦେବାକୁ ଆବେଦନ କରାଯାଇଥିଲା। ୧୯ ତାରିଖରେ ପ୍ରାଶାସନିକ ଅନୁମତି ମିଳିବା ପରେ ଆସନ୍ତାକାଲିଠାରୁ ଏଠାରେ ମେଡିକାଲ ଅକ୍ସିଜେନ୍‌ ରିଫିଲିଂ ଆରମ୍ଭ ହେବ ବୋଲି ପ୍ଲାଣ୍ଟର ଅଧ୍ୟକ୍ଷ ‌ଇଂ ଦେବବ୍ରତ ସ୍ବାଇଁ ସୂଚନା ଦେଇଛନ୍ତି।

ଏହି ପ୍ଲାଣ୍ଟରୁ ପ୍ରତ୍ୟେକ ଦିନ ୫୦୦ ସିଲିଣ୍ଡର ରିଫିଲିଂ ହୋଇପାରିବ। ଯାହା କେନ୍ଦୁଝର ଜିଲ୍ଲାର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ। କେନ୍ଦୁଝର ଜିଲ୍ଲାର ଆବଶ୍ୟକତା ପୂରଣ ପରେ ବଳକା ଅକ୍ସିଜେନ୍‌କୁ ପ‌ଡ଼ୋଶୀ ଜିଲ୍ଲାକୁ ପଠାଯିବ ବୋଲି ପ୍ଲାଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ସବୁଠୁ ବଡ଼ କଥା ହେଉଛି, କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଅକ୍ସିଜେନ୍‌ ସମସ୍ୟା ଦୂର କରିବାରେ ଏହି ପ୍ଲାଣ୍ଟ ସହାୟକ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe