ବଲାଙ୍ଗୀର: ସର୍ଗିପାଲିରେ ଧାନଖରି ଜଳିଗଲା

ବଲାଙ୍ଗୀର: ସର୍ଗିପାଲିରେ ଧାନଖରି ଜଳିଗଲା

ଧଣ୍ତାମୁଣ୍ତା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ମହରାପଦର ପଞ୍ଚାୟତ ସର୍ଗିପାଲି ଗାଁର ଯୁଧିଷ୍ଠିର ମେହେର(୬୫)ଙ୍କ ଖଳାରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଧାନଖରି ପୋଡ଼ି ପାଉଁଶ ହୋଇଯାଇଛି। କେହି ଦୁର୍ବୃତ୍ତ ରାତିରେ ନିଆଁ ଲଗାଇ ଦେଇଥିବା ଶ୍ରୀ ମେହେର ଅଭିଯୋଗ କରିଛନ୍ତି। ଶ୍ରୀ ମେହେରଙ୍କ କହିବା ଅନୁସାରେ, ସେ ୨ ଲକ୍ଷ ଟଙ୍କା ଧାର କରଜ କରି ୯ଏକର ଜମିରେ ଧାନ ଚାଷ କରିଥିଲେ। ଅମଳ ଧାନକୁ ଖଳାରେ ଗଚ୍ଛିତ କରି ରଖିଥିଲେ। ଏଥିରୁ ପ୍ରାୟ ୩୦୦ କୁଇଣ୍ଟାଲ ଅମଳ ହୋଇଥାନ୍ତା। ଶନିବାର ରାତିରେ କେହି ଧାନ ଖରିରେ ନିଆଁ ଲଗାଇ ଦେଇଥିଲା। ରବିବାର ସକାଳେ ଦୁର୍ବାଦଳ ବରିହା ନାମକ ଜଣେ ବ୍ୟକ୍ତି ଖରି ଜଳୁଥିବା ଦେଖି ଯୁଧିଷ୍ଠିରଙ୍କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଧାନ ଖରି ପୋଡ଼ି ପାଉଁଶ ହୋଇଯାଇଥିଲା। କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଦେବାକୁ ଦାବି ହୋଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe