ଚାହୁଁ ଚାହୁଁ ଜଳିଗଲା ଧାନଗଦା, ଚିନ୍ତାରେ ଭାଙ୍ଗିପଡ଼ିଲେ ଚାଷୀ

ଚାହୁଁ ଚାହୁଁ ଜଳିଗଲା ଧାନଗଦା, ଚିନ୍ତାରେ ଭାଙ୍ଗିପଡ଼ିଲେ ଚାଷୀ

ରାଉରକେଲା: ବିଶ୍ରା ଥାନା ଅନ୍ତର୍ଗତ କପାଟମୁଣ୍ଡା ଢ଼ିପାଟୋଲି ଏକ ଧାନ ଖଳାରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଧାନଗଦା ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଆଜି ଅପରାହ୍ନ ପ୍ରାୟ ୧ଟାରେ ଧାନଗଦାରୁ ଧୂଆଁ ବାହାରୁଥିବା ପଡୋଶୀ ଲୋକ ଦେଖି ପାଟି କରିଥିଲେ। ଚାହୁଁ ଚାହୁଁ ଧାନଗଦା ଜଳିବାକୁ ଲାଗିଥିଲା। ସ୍ଥାନୀୟ ଅଞ୍ଚଳର ପୂର୍ବତନ ସରପଞ୍ଚ ଦେବା କେର୍କେଟା ବିଶ୍ରା ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ସଙ୍ଗେ ସଙ୍ଗେ ଦୁଇଟି ଦମକଳଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାରେ ନିୟୋଜିତ ହୋଇଥିଲେ।

publive-image

ଅଗ୍ନିଶମ କର୍ମଚାରୀଙ୍କ ଦୁଇ ଘଣ୍ଟା ପରିଶ୍ରମ ପରେ ନିଆଁକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ସେତେ‌ବେଳେକୁ ଧାନଗଦା ସମେତ ନିକଟରେ ଥିବା ପୁଆଳ ମଧ୍ୟ ଜଳି ଯାଇଥିଲା। ସେପଟେ ଅଗ୍ନିଶମ କର୍ମଚାରୀ ନିଆଁକୁ କାବୁ କରିଥିବାରୁ ବଡଧରଣ ଅଗ୍ନିକାଣ୍ଡକୁ ରୋକଯାଇ ପାରିଛି। କାହାର କୌଣସି କ୍ଷୟକ୍ଷତି ହୋଇ ନାହିଁ। କେମିତି ନିଆଁ ଲାଗିଲା ଜଣାପଡି ନାହିଁ। କ୍ଷତିଗସ୍ତ ଚାଷୀ ରାମୋ କେର୍କେଟା କହିଛନ୍ତି ଚାଷରୁ ମିଳୁଥିବା ଯାହା କିଛି ମିଳେ ସେଥିରେ ତାଙ୍କର ପରିବାର ଚଳେ। ମହାମାରୀ କରୋନା ଭଳି ଜଟିଳ ସମୟରେ ବର୍ଷକର ସଞ୍ଚିତ ଧନ ଜଳିପୋଡି ପାଉଁଶ ହୋଇଯାଥିବାରୁ କିପରି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ରମୋ। ସହାୟତା ପାଇଁ ସେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe