ଜଳିଗଲା ୩୦ ଗୋଟି ଧାନ ଗଦା, ପ୍ରଭାବିତ ହେଲେ ୧୪ ଚାଷୀ

Advertisment
ଜଳିଗଲା ୩୦ ଗୋଟି ଧାନ ଗଦା, ପ୍ରଭାବିତ ହେଲେ ୧୪ ଚାଷୀ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଜୁନା ପାଣି ପଞ୍ଚାୟତ ଅନ୍ତର୍ଗତ ରାବଣାଗୁଡ଼ାରେ ଆଜି ଅପରାହ୍ନରେ ପ୍ରାୟ ୩୦ ଗୋଟି ଧାନ ଗଦା (କୁପା)ରେ ନିଆଁ ଲାଗିଯିବା ଫଳରେ ୧୪ ଜଣ ଚାଷୀ ସର୍ବହରା ହୋଇ ପଡିଛନ୍ତି। ସମ୍ପୂର୍ଣ୍ଣ ଧାନ କୁପା ଗୁଡ଼ିକ ନିଆଁରେ ପଡି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଧାନ କୁପାରେ କିପରି ନିଆଁ ଲାଗିଲା ତାହା ଜଣାପଡି ନ ଥିବା ବେଳେ ସଂଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଧାନ କୁପାରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଡାବୁଗାଁ ଅଗ୍ନିଶମ କର୍ମଚାରୀ ଲାଗି ପଡିଛନ୍ତି।

ସୂଚନା ଅନୁଯାୟୀ ଡାବୁଗାଁ ବ୍ଲକ ଜୁନା ପାଣି ପଞ୍ଚାୟତ ଅନ୍ତର୍ଗତ ରାବଣା ଗୁଡ଼ାର ଚାଷୀ ଉଦ୍ଧବ ଭତରାର ଖଳା ମଧ୍ୟରେ ଗ୍ରାମର ୧୪ ଜଣ ଚାଷୀଙ୍କ ପ୍ରାୟ ୩୦ ଗୋଟି ଧାନ କୁପାରେ ଲକ୍ଷାଧିକ ଟଙ୍କାର ଧାନ କୁପା କରି ରଖା ଯାଇଥିଲା। ତେବେ କୌଣସି କାରଣ ବଶତଃ ଆଜି ଅପରାହ୍ନ ପ୍ରାୟ ସାଢ଼େ ତିନିଟାରେ ଧାନ କୁପାରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ନିଆଁର ବେଗ ଦ୍ରୁତ ଗତିରେ ବୃଦ୍ଧି ପାଇ ସବୁ ୩୦ ଗୋଟି ଧାନ କୁପାରେ ଗ୍ରାସ କରିଥିଲା। ଗ୍ରାମବାସୀ ବହୁ ଚେଷ୍ଟା କରି ସୁଦ୍ଧା ନିଆଁକୁ ଆୟତ୍ତ କରି ପାରି ନ ଥିଲେ। ତୁରନ୍ତ ଗ୍ରାମବାସୀ ଡାବୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ତେବେ ଅଗ୍ନିଶମ କର୍ମଚାରୀ ରାବଣାଗୁଡ଼ାରେ ପହଞ୍ଚି ଥିଲେ ସୁଦ୍ଧା ସବୁ ଧାନ କୁପାରେ ନିଆଁ ଲାଗି ଯାଇଥିଲା। ସଧ୍ୟା ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ଜଣା ପଡ଼ିଥିଲେ ସୁଦ୍ଧା ୧୪ ଚାଷୀଙ୍କ ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ରାବଣାଗୁଡ଼ାର କ୍ଷତିଗ୍ରସ୍ତ ଚାଷୀମାନେ ହେଲେ ଗୁରୁବନ୍ଧୁ ଭତରା, ମନବୋଧ ଭତରା, ଗଙ୍ଗାଧର ଭତରା, ଚୈତନ୍ୟ ଭତରା, କୁମ ଭତରା, ମାନ ସିଂ ଭତରା, ବନ ସିଂ ଭତରା, ଉର୍ଦ୍ଧବ ଭତରା, ଖଗ ଗୌଡ, ମାଧବ ଗୌଡ, ସୁରେନ୍ଦ୍ର ଭତରା, ମକରନ୍ଦ ଭତରା, ଭାଗନ ଭତରା ଓ ଘାସିରାମ ପୂଜାରୀ। ଖବର ଶୁଣି ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଓ ଡାବୁଗାଁ ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ମିଶ୍ର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଚାଷୀଙ୍କୁ ସମବେଦନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe