ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗୋଡ଼ା ପଞ୍ଚାୟତ ହାଡ଼ବାହାଳି ଆଦିବାସୀ ବସ୍ତିର ବୁଧୁରାମ ମାଝୀ (୪୦)ଙ୍କ ଧାନଖଳାରେ ଆଜି ଅପରାହ୍ଣରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ବୁଧୁରାମ ମୂଲ ଲାଗିବା ସହ ବଖରାରେ ଧାନଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଆଜି ଅପରାହ୍ଣରେ ହଠାତ୍ ତାଙ୍କ ଧାନଖଳାରେ ନିଆଁ ଲାଗିଯାଇଥିଲା। ବୁଧୁରାମ ଘରେ ନଥିବାବେଳେ ପତ୍ନୀ ଓ ଛୁଆ ଡାକ ପକାଇବାରୁ ସାହିବାସୀ ରୁଣ୍ତ ହୋଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଚାହୁଁ ଚାହୁଁ ଧାନଗଦା ସହ ବୁଧୁରାମଙ୍କ ଘର ପୋଡ଼ିଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗରିବ ବୁଧୁରାମଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ଧାନ
Advertisment
Follow Us