ଗଂଜାମରେ ଡିସେମ୍ବର ୧୫ରୁ ଆରମ୍ଭ ହେବ ଧାନ ସଂଗ୍ରହ ପ୍ରକ୍ରିୟା

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି, ପ୍ରତି ବ୍ଲକରେ ଖୋଲାଯିବ ଅଭିଯୋଗ ପ୍ରକୋଷ୍ଠ

ଗଂଜାମରେ ଡିସେମ୍ବର ୧୫ରୁ ଆରମ୍ଭ ହେବ ଧାନ ସଂଗ୍ରହ ପ୍ରକ୍ରିୟା

ଛତ୍ରପୁର: ଗଂଜାମ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଚଳିତ ବର୍ଷ ଡିସେମ୍ବର ୧୫ତାରିଖ ଠାରୁ ଆରମ୍ଭ କରାଯିବା ସେଥି ନେଇ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଭିଡି କନଭେରନ୍‌ସିଂ ଜରିଆରରେ ଅନୁଷ୍ଠିତ ହୋଇଯାଇଛିା କମିଟି ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ, ବିଧାୟିକା, ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ରାଜ୍ୟ ଜଙ୍ଗଲ ଓ ପରିବେଶ ତଥା ସାଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅଂଶ ଗ୍ରହଣ କରି ଧାନ ସଂଗ୍ରହ ପ୍ରକ୍ରିୟାକୁ କିଭଳି ସରଳୀକରଣ ଓ ବାଧା ବିହୀନ ହୋଇପାରିବ ଏବଂ ବିଗତ ବର୍ଷ ମାନଙ୍କରେ ଯାହା ସବୁ ସମସ୍ୟା ଦେଖା ଯାଇଥିଲା ସେହି ସବୁ ବିଷୟ ନେଇ ନିଜ ନିଜର ମତାମତ ଉପସ୍ଥାପନ କରିଥିଲୋ

ବୈଠକରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଜଣାଇଥିଲେ ଯେ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ କହିଥିଲେ ଚଳିତ ବର୍ଷ ସେହି ଲକ୍ଷ୍ୟଧାର୍ଯ୍ୟ ଠାରୁ ସାମାନ୍ୟ ଅଧିକ ଚାଷୀ ପଂଜିକରଣ କରିଛନ୍ତି । ବିଗତ ବର୍ଷ ଶତକଡା ୮୮ପ୍ରତିଶତ ପାଖାପାଖି ଧାନ ସଂଗ୍ରହ କରାଯାଇଥିଲା, ଯାହାକି ସମୁଦାୟ ୩୭୪୨୨୩୧.୨୦ କୁଇଣ୍ଟାଲ ହୋଇଥିଲାା ଚଳିତ ବର୍ଷ ଯେଉଁ ଲକ୍ଷ୍ୟଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି ସେହି ଲକ୍ଷ୍ୟ ପୂରଣ ଦିଗରେ ଚେଷ୍ଟା ରହିବ । ତତ୍‌ ସହିତ ସରକାରଙ୍କ ପକ୍ଷରୁ ଯେଉଁ ନିର୍ଦ୍ଦେଶନାମା ଜାରି ହେବ ସେହି ଲକ୍ଷ୍ୟ ମଧ୍ୟ ପୂରଣ କରାଯିବା ଯେଉଁ ଚାଷୀ ମାନେ ପଂଜିକରଣ କରିଛନ୍ତିା ଧାନ ସଂଗ୍ରହ ପ୍ରକ୍ରିୟା ବେଳେ ଚାଷୀଙ୍କର ଯଦି କିଛି ଅସୁବିଧା ଉପୁଜେ ତେବେ ବ୍ଲକସ୍ତରରେ ଗୋଟିଏ ଗୋଟିଏ ଅଭିଯୋଗ ପ୍ରକୋଷ୍ଠ ଖୋଲାଯିବା

publive-image

ଅତିରିକ୍ତ ତହସିଲଦାର, ବ୍ଲକ ଯୋଗାଣଅଧିକାରୀ ଏବଂ ସମବାୟ ବିଭାଗର ଏଆରସିଏସ ସ୍ତରୀୟ ଅଧିକାରୀଙ୍କୁ ନେଇ ଖୋଲାଯାଇଥିବା ଏହି ଅଭିଯୋଗ ପ୍ରକୋଷ୍ଠରେ ଚାଷୀମାନେ ସେମାନଙ୍କର ଆପତ୍ତି ଅଭିଯୋଗ ଜଣାଇବୋ ଏହାଦ୍ୱାରା ସେଗୁଡିକ ଜିଲ୍ଲାପ୍ରଶାସନର ନଜରକୁ ଆସିବ ଏବଂ ସେହି ସମସ୍ୟା ଗୁଡିକ ସମାଧାନ ହେବା ଏଥି ସହିତ ସେହି କମିଟି ଦ୍ୱାରା ଦୈନିକ ରିପୋର୍ଟ ମଧ୍ୟ ହାସଲ ହେବ ଏବଂ ଧାନ ସଂଗ୍ରହ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରହିବା

ବିଗତ ବର୍ଷ ୪୪୨ପ୍ୟାକସ୍‌ ଅଂଶ ଗ୍ରହଣ କରିଥିଲୋ ୫୨ଟି ସ୍ୱୟଂ ସହାୟକ ଗୋଷ୍ଠୀ, ୩୭୬ମିଲର, ୭୯୭୫୩ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇଥିଲା । ଚଳିତ ବର୍ଷ ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରିବା ସହିତ ଠିକ୍‌ ସମୟରେ ଧାନ ଉଠାଇବା ପାଇଁ ଚେଷ୍ଟା କରାଯିବ ବୋଲି ଅବଗତ କରାଇଥିଲୋ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe