ଉଜୁଡ଼ା କ୍ଷେତକୁ ଗାଈପଲ ଛାଡ଼ିଲେ ଚାଷୀ

Advertisment
ଉଜୁଡ଼ା କ୍ଷେତକୁ ଗାଈପଲ ଛାଡ଼ିଲେ ଚାଷୀ

ଧରାକୋଟ: ବର୍ଷାଭାବ କାରଣରୁ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ରେ ଧାନଚାଷ ସଂପୂର୍ଣ୍ଣ ଭାବେ ଉଜୁଡ଼ିଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନି। ଉଜୁଡ଼ା ଫସଲକୁ ଚାଷୀ ଆଖିରୁ ଲୁହ ଛଡ଼ାଇବା ଆଉ କିଛି ଉପାୟ ନାହିଁ। ଏଭଳି ପରିସ୍ଥିତିରେ ଋଣ ପରିଶୋଧ ଚିନ୍ତା ଚାଷୀର ଚିନ୍ତାକୁ ଦ୍ବିଗୁଣିତ କରିଛି। ଚଳିତବର୍ଷ ବ୍ଲକ୍‌ର ୧୮ଟି ପଞ୍ଚାୟତର ୨୨୫ଟି ରାଜସ୍ବ ଗ୍ରାମରେ ୬୦୦୦ ହେକ୍ଟରରୁ ଅଧିକ ଜମିରେ ଖରିଫ୍ ଧାନ ଚାଷ ହୋଇଛି। କିନ୍ତୁ ବର୍ଷାଭାବ ଓ ଜମିକୁ ପାଣି ମିଳୁ ନଥିବାରୁ ଅର୍ଦ୍ଧାଧିକ ଜମିରେ ଧାନ ଫସଲ କ୍ଷତି ହୋଇସାରଛି। ଫଳରେ ଶୁଖିଲା ଜମିକୁ ଚାଷୀ ଏବେ ଗାଈପଲ ଛାଡ଼ୁଛନ୍ତି। କିନ୍ତୁ ଏଯାବତ୍ ଫସଲ କ୍ଷତି ଆକଳନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ‌ ହୋଇଛି।
ସାବା, ବଳରାମପୁର, ବାହାରପୁର, ରୁଗୁମୁ, ଓଳମ୍ୱା, ବରଡ଼ାବିଲି, ସିଙ୍ଗିପୁର, ଝାଡ଼ବନ୍ଧ, ଝରପାରି ଓ ଧରାକୋଟ ଆଦି ଅଞ୍ଚଳରେ ସ୍ଥିତି ସଂଗିନ୍ ହୋଇଛି। ଏଣୁ ତୁରନ୍ତ କୃଷି ବିଭାଗର ଟିମ୍ ଏଠାକୁ ଆସି କ୍ଷୟକ୍ଷତି ଆକଳନ କରିବା ପାଇଁ ଚାଷୀ ଦାବି କରିଛନ୍ତି। ସରକାର ମରୁଡି ପରିସ୍ଥିତିର ଆକଳନ ପାଇଁ ସାଟେଲାଇଟ୍ ସର୍ଭେ ଘୋଷଣା କରିଥିବା ବେଳେ ଏଥିରୁ କୌଣସି ସୁଫଳ ମିଳିବନି ବୋଲି ଚାଷୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe