ହସୁଥିଲା ଫସଲ, ନିଆଁ ଲାଗି ଜଳିଗଲା ପାଚିଲା ଧାନ ଖେତ

Advertisment
ହସୁଥିଲା ଫସଲ, ନିଆଁ ଲାଗି ଜଳିଗଲା ପାଚିଲା ଧାନ ଖେତ

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଗଡ଼ବନ୍ତପୁର ଗ୍ରାମରେ ଆଜି ଅପରାହ୍‌ଣ ପ୍ରାୟ ସାଢେ ୩ଟାରେ ପାଚିଲା ଧାନ ଖେତରେ ନିଆଁ ଲାଗିଛି। ଫଳରେ ୩ରୁ ୪ ଗୁଣ୍ଠର ଜମିରେ ଚାଷ ହୋଇଥିବା ଫସଲ ନଷ୍ଟ ହୋଇଯାଇଛି। ଖବର ପାଇ ବାଲିପାଟଣା ଅଗ୍ନିଶମ ଗାଡ଼ି ଘଟଣାସ୍ଥଳକୁ ଆସିଥିଲା। କିନ୍ତୁ ତା ପୂର୍ବରୁ ଗ୍ରାମବାସୀ ନିଆଁକୁ ଆୟତ କରି ସାରିଥିଲେ। ନିଆଁ ଲାଗିଯିବା ଫଳରେ ଗାଁର ଜଣେ ଚାଷୀଙ୍କୁ ପ୍ରାୟ ୪ କୁଇଣ୍ଟାଲ ଧାନ କ୍ଷତି ସହ୍ୟ କରିବାକୁ ପଡ଼ିଛି।

ସୂଚନା ଅନୁସାରେ ପମ୍ପଲୋ ପଞ୍ଚାୟତ ଗଡ଼ବନ୍ତପୁର ଗ୍ରାମର ଶେଷଦେବ ସ୍ୱାଇଁଙ୍କ ଜମିକୁ ନେଇ ସେହି ଗ୍ରାମର କେତେକ ଚାଷୀ ଭାଗ ଚାଷ କରୁଛନ୍ତି। ଶିବ ଭୋଇ ନାମକ ଜଣେ ବ୍ୟକ୍ତି ହାର୍ଭେଷ୍ଟର ମେସିନ ଦ୍ଵାରା ଧାନ ଅମଳ କରି ସାରିଥିଲେ। ଜମିରେ କୁଟା ପଡ଼ିଥିଲା। ମୁଗ ଚାଷ ଲାଗି ଆଜି ଶିବ ଅଳିଆ କୁଟାରେ ନିଆଁ ଲଗାଇ ଥିଲେ। କିନ୍ତୁ ପରେ ପବନ ଯୋଗୁଁ ନିଆଁ ଅନ୍ୟ ଆଡ଼କୁ ବ୍ୟାପିଥିଲା। ପାଖରେ ଥିବା ୩/୪ ଖଣ୍ଡ ଅମଳ ହୋଇ ସାରିଥିବା ଜମି ଜଳିଥିଲା।

ପାଖରେ ଥିବା ବେଣୁଧର ସାମଲଙ୍କ ଅମଳ ହୋଇ ନ ଥିବା ଜମିକୁ ନିଆଁ ମାଡ଼ିଲା। ଫଳରେ ଦ୍ରୁତ ଗତିରେ ପାଚିଲା ଧାନ ଜଳିବାରେ ଲାଗିଲା। ଗ୍ରାମବାସୀ ଅଗ୍ନିଶମ କାର୍ଯ୍ୟାଳୟକୁ ଫୋନ କରି ଜଣାଇଥିଲେ ଏବଂ ଏକାଠି ହୋଇ ପାଣି ଢାଳି ନିଆଁକୁ ଆୟତ କରିଥିଲେ। ହେଲେ ସେତେବେଳକୁ ୩/୪ ଗୁଣ୍ଠ ଜମି ସଂପୂର୍ଣ୍ଣ ଜଳି ଯାଇଥିଲା। ବେଣୁ ମଧ୍ୟ ସେହି ମାଲିକଙ୍କ ଜମି ଭାଗ ଚାଷ କରନ୍ତି। ସେ ଆରଜେଏଲ ଧାନ ଚାଷ କରିଥିଲେ। ଜମିରୁ କିଛି ଅଂଶ ଧାନ କଟା ଆରମ୍ଭ ସରିଥିଲା। ଗ୍ରାମବାସୀଙ୍କ ସହଯୋଗ ଯୋଗୁଁ ପାଖରେ ଥିବା ବହୁ ଚାଷୀ ରକ୍ଷା ପାଇ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe