କେସିଙ୍ଗା: କଳାହାଣ୍ଡି ଜିଲ୍ଲାରେ ଆସନ୍ତା ୨୯ ତାରିଖରୁ ଖରିଫ ଧାନକିଣା ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ, ମଣ୍ଡି ଖୋଲିବା ଆଗରୁ ମିଲ୍ଗୁଡ଼ିକୁ ​ଧାନ ପଶୁଛି। ଅଭିଯୋଗ ପରେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
କେସିଙ୍ଗା ବ୍ଲକ୍ ଉତ୍କେଲା ନିକଟ ଅରିହନ୍ତ ରାଇସ୍ମିଲ୍କୁ ବୁଧବାର ୬ଟି ପିକ୍ଅପ୍ ଭ୍ୟାନ୍ ଓ ଗୋଟିଏ ମିନିଟ୍ରକ୍ ଏପରି ୭ଟି ଗାଡ଼ିରେ ଧାନ ବୋଝେଇ ହୋଇ ଯାଇଥିଲା। ମଣ୍ଡି ଆରମ୍ଭ ହୋଇ ନ ଥିବା ବେଳେ ଏହି ମିଲ୍କୁ ଧାନ କେମିତି ଆସିଲା ବୋଲି କିଛି ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ଏସିଏସ୍ଓଙ୍କୁ ତଦନ୍ତ ପାଇଁ ପଠାଉଥିବା କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ଆଉ କଲ୍ ରିସିଭ୍ କରି ନଥିଲେ। ସନ୍ଧ୍ୟାରେ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ ବି କିଛି ପଦକ୍ଷେପ ନିଆଗଲା ନାହିଁ। ସରକାର ଧାନର ସହାୟକ ମୂଲ୍ୟ ୨୧୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ହେଲେ ଏବେ ମିଲ୍ ମାଲିକମାନେ ୧୫ରୁ ୧୭ ଶହ ଟଙ୍କାରେ ଦଲାଲ୍ ଜରିଆରେ ଧାନ କିଣାରେ ମିଲ୍ ଗୋଦାମରେ ଏବେଠୁ ଭର୍ତ୍ତି କଲେଣି। ତେଣୁ ନିୟମ ଅନୁଯାୟୀ ଧାନକିଣା ଆଗରୁ ବିଭାଗ ଦ୍ଵାରା ମିଲ୍ର ଗୋଦାମ ଷ୍ଟକ୍ ଯାଞ୍ଚ ହେବା କଥା। ସେହିପରି ପ୍ରଶାସନ ଧାନ ଅମଳ ହୋଇନାହିଁ ବୋଲି ୨୯ ତାରିଖକୁ ଧାନ କିଣା ଧାର୍ଯ୍ୟ କରିଛି। ହେଲେ ଆଜି ଏତେ ସବୁ ଧାନ କେଉଁଠୁ ଆସିଲା ବୋଲି ପ୍ରଶ୍ନ ଉଠିଛି। ଧାନ ସଂଗ୍ରହ ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ ଆଇନ ଧାନକିଣା ଓ ଦଲାଲରାଜ ରୋକିବାକୁ ସ୍କ୍ୱାଡ୍ ଗଠନ କରିଥିବା କହିଛନ୍ତି। ହେଲେ ସେହି ସ୍କ୍ୱାଡ୍ କାହା ପାଇଁ ରହିଛି ବୋଲି ପ୍ରଶ୍ନ ହେଉଛି। ସେହିପରି ମିଲ୍ ମାଲିକଙ୍କୁ ଏ ବାବଦରେ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ, ‘ସମସ୍ତେ କିଣୁଛନ୍ତି, ମୁଁ ବି କିଣିଲି’ ବୋଲି ସେ କହିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us