ବିଲରେ ଭିଜିଲା ଚାଷୀଙ୍କ ଧାନ, ଗଜା ହେବା ଆଶଙ୍କା

ବିଲରେ ଭିଜିଲା ଚାଷୀଙ୍କ ଧାନ, ଗଜା ହେବା ଆଶଙ୍କା

ନୂଆପଡା: ଅଦିନିଦିଆ ବର୍ଷାରେ ନୂଆପଡ଼ା ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ବିଲ ଓ ଖଳାରେ ଥିବା ଧାନ ଗଜା ହେବାରେ ଲାଗିଲାଣି। ବାହାଲ ଜମିଗୁଡ଼ିକରେ ଏବେ ବି ପାଣି ଭରିରହିଛି। ଧାନ ଗଛ କ୍ଷେତରେ ଥିବା ପାଣିରେ ବୁଡ଼ି ରହିଛି। ଆଉ ଧାନ ଅମଳ ହେବା ଆଶା ନଥିବାରୁ ଋଣ ଶୁଝିବା ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଏହି ସମୟରେ ଅଦିନିଆ ବର୍ଷାର ଫାଇଦା ନେଇ ମିଲର୍ସମାନେ ଚାଷୀଙ୍କୁ ସିଧାସଳଖ ଲୁଟୁଛନ୍ତି।

କୋମନା ବ୍ଲକ୍‌ରେ ଚାଷୀମାନଙ୍କ ଧାନ ଗଜା ବାହାରିଥିବା ଚାଷୀ କେଦାର ବିଶି, ବ୍ରଜସୁନ୍ଦର ଦଳପତି, ସୀଆରାମ ପୂଝାରୀ, ପ୍ରମୋଦ ନାଏକ, ପ୍ରେମାନନ୍ଦ ନାଏକ, ମକାରୁ ବିଶି ଓ ରାହସ ବିଶି କହିଛନ୍ତି। ଅନ୍ୟପକ୍ଷରେ ମିଲର୍ସଙ୍କ ମନମାନିରେ ଚାଷୀଙ୍କ ଭାଗ୍ୟ ଝୁଲୁଛି। ଏହି ସମୟରେ ମିଲର୍ସମାନେ ଜାଣିଶୁଣି ଧାନ ଉଠାଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ ଧାନକୁ ପ୍ୟାକ୍ସ ଓ  ଆର୍‌ଏମ୍‌ସି ପକ୍ଷରୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା ନାହିଁ। ଏହି ସୁଯୋଗରେ ବେପାରୀମାନେ ଗାଁ ଗାଁରେ ବୁଲୁଛନ୍ତି। ଛୋଟ ଚାଷୀଙ୍କ ଠାରୁ କମ୍‌ ଦରରେ ଧାନ କିଣି ତାଙ୍କ ଚାଷୀ କାର୍ଡ ନେଇ ନିଜେ କିଭଳି ଲାଭବାନ ହେବେ ସେନେଇ ଲାଗି ପଡିଛନ୍ତି।
ଅନ୍ୟପକ୍ଷେରେ ନୂଆପଡ଼ା ଜିଲ୍ଲାରେ ୩୩ ଟି ମଣ୍ଡିରେ ୩୬୬ ଜଣ ଚାଷୀଙ୍କ ୩୭ ହଜାର ୨୭୦ ବସ୍ତା ଧାନ ପଡ଼ି ରହିଛି। ବହୁ ଚାଷୀଙ୍କ ଧାନ ପାଣିରେ ଭିଜି ନଷ୍ଟା ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କ୍ଷୟକ୍ଷତିର ଉଚିତ୍‌ ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀ ମହଲରେ ଦାବି ହେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe