ଦାଉ ସାଧିଲା ଅଦିନିଆ ବର୍ଷା, ବ୍ୟାପକ ଫସଲ ନଷ୍ଟ

Advertisment
ଦାଉ ସାଧିଲା ଅଦିନିଆ ବର୍ଷା, ବ୍ୟାପକ ଫସଲ ନଷ୍ଟ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ,ଚିତ୍ରକୋଣ୍ଡା ବ୍ଲକ,ଓ ତାର ଆଖ ପାଖ ଅଂଚଳରେ ଲାଗି ରହିଥିବା ଅଦିନିଆ ବର୍ଷାରେ ବ୍ୟାପକ ଭାବେ ଫସଲ ନଷ୍ଟ ହୋଇଛି । ବିଶେଷ କରି ଧାନ, ମାଣ୍ଡିଆ,ବିରି ଚାଷ ବର୍ଷାଯୋଗୁଁ ନଷ୍ଟ ହୋଇଛି। କିଛି ଫସଲ ତରବରିଆ ଭାବେ କଟା ହୋଇ ଖଳାକୁ ଯାଇଥିବାବେଳେ ବହୁ ପରିମାଣର ଧାନ, ମଣ୍ଡିଆ ଏବେ ବି କ୍ଷେତରେ ପଡିରହିଛି। ଖଳାରେ ବର୍ଷା ଯୋଗୁଁ ଧାନ, ମଣ୍ଡିଆ ଫସଲ ସମ୍ପୂର୍ଣ୍ଣ ରୂପେ ବର୍ଷା ପାଣିରେ ଭିଜି ଯାଇଛି ।

ବିରି ଭିତରେ ଫିମ୍ପି ମାରି ପୋକ ଲାଗିଯାଇଛି । ଏହି ଅଂଚଳରେ ମୁଖ୍ୟତ ଚାଷ କହିଲେ ଧାନ, ମଣ୍ଡିଆ,ସୁଆଁ, ବିରି,କାନ୍ଦୁଲ, ଚାଷ କରାଯାଇଥାଏ। ବର୍ଷ ତମାମ ଖରା ବର୍ଷାରେ କଷ୍ଟ ସହି ନଭେମ୍ବର ଡିସେମ୍ବର ମାସରେ ଅମଳ ସମୟକୁ ଚାହିଁ ବସିଥାଏ ଚାଷୀ ।

ଫସଲ ଭଲ ହେଲେ ଅମଳ କରି ଭଲ ଦୁଇ ପଇସା ରୋଜଗାର କରି ନିଜ ପରିବାର ପୋଷଣ ଆଶାରେ ରହିଥାଏ ଚାଷୀ । କିନ୍ତୁ ଏହି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହତାଶ ହୋଇ ପଡିଛନ୍ତି ଚିତ୍ରକୋଣ୍ଡା ବ୍ଲକ ବଡ଼ପଦର ଓ ତା ଆଖପାଖ ଅଂଚଳର ଚାଷୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe