ଘୁମୁସର ଉଦୟଗିରି ଲ୍ୟାମ୍ପରେ ଧାନମଣ୍ଡି ଶୁଭାରମ୍ଭ

ଘୁମୁସର ଉଦୟଗିରି ଲ୍ୟାମ୍ପରେ ଧାନମଣ୍ଡି ଶୁଭାରମ୍ଭ

ଘୁ ଉଦୟଗିରି: ସ୍ଥାନୀୟ ଲ୍ୟାମ୍ପ୍ ସମବାୟ ସମିତି ଲିଃ ପକ୍ଷରୁ ଧାନ ମଣ୍ଡିର ଶୁଭ ଉଦଘାଟନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଏମ୍ଆଇ ଏସ୍ ଲକ୍ଷ୍ମୀ ଉପସ୍ଥିତ ଥିଲେ।

ସେହିପରି ଲ୍ୟାମ୍ପ ସଭାପତି ଜମେସ ଚନ୍ଦ୍ର ପ୍ରଧାନ, ଲ୍ୟାମ୍ପ ପରିଚାଳକ ଶିଶିର କାନ୍ତ ତ୍ରିପାଠୀ, ଲ୍ୟାମ୍ପ ଡାଇରେକ୍ଟର ଦ୍ଵିଯେନ୍ଦ୍ରାନଥ ପ୍ରଧାନ ସମେତ ଲ୍ୟାମ୍ପ କର୍ମଚାରୀ ଉଦ୍‌ଘାଟନୀ ଅବସରରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ପୂଜା ଅର୍ଚ୍ଚନା କରି ଶୁଭାରମ୍ଭ କରାଯାଇଥିବା ବେଳେ ତ୍ରିଶକ୍ତି ମିଲର ଉପସ୍ଥିତ ରହିଥିଲେ। ଚାଷୀଙ୍କ ଧାନର  ମାନ ନିରୂପଣ କରି ଧାନ ଓଜନ କରି ସମୁଦାୟ ୯ ଜଣ ଚାଷୀଙ୍କ ଠାରୁ ୪୫୪ ବସ୍ତାରୁ ୨୨୪.୩୯ କ୍ଵିଣ୍ଟାଲ  ଧାନ କିଣାଯାଇ ତ୍ରିଶକ୍ତି ରାଇସ ମିଲ, ଝାଡଦେଇକୁ ପଠେଇ ଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe