Advertisment

ଖରିଫ ଧାନମଣ୍ଡି ଉଦଘାଟିତ

Advertisment
ଖରିଫ ଧାନମଣ୍ଡି ଉଦଘାଟିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ରିଷିଡାଠାରେ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଖରିଫ ଧାନମଣ୍ଡି ଆଜି ଉଦଘାଟିତ ହୋଇଛି | ଚାଷୀନେତା ଗୋକୁଳ ମାଝୀ ପୂଜାର୍ଚ୍ଚନା କରି ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଥିଲେ | ଏଥିରେ ରିଷିଡା ଅତିରିକ୍ତ ରାଜସ୍ବ ନିରୀକ୍ଷକ ତାପସ ମିଶ୍ର, ଗ୍ରାମ୍ୟ କୃଷି କର୍ମୀ ପିତାମ୍ବର ମାଝୀ, ରିଷିଡା ପେକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଗୋଲାପ ଚନ୍ଦ୍ର ରଣା, ଚାଷୀ ପ୍ରତିନିଧି ମଧୁସୂଦନ ବାଗ, ପୂର୍ବତନ ସରପଞ୍ଚ ଯୁଗଳ କିଶୋର ରଣା, ପେକ୍ସ କର୍ମଚାରୀ ଶିଶୁପାଳ ରଣା, ଶୋଭାକର ରଣା, ବାସୁଦେବ ରଣାଙ୍କ ସମେତ ଅନେକ ଚାଷୀ, ମିଲର୍ସ ଏଜେଣ୍ଟ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ |

publive-image

ବର୍ତ୍ତମାନ ସୁଦ୍ଧା ରିଷିଡା ପେକ୍ସ ମଣ୍ଡିକୁ ତିନୋଟି ମିଲକୁ ଧାନ ଉଠାଇବା ପାଇଁ ଟାର୍ଗେଟ ଦିଆଯାଇଛି | ତନ୍ମଧ୍ୟରୁ ସମଲେଶ୍ୱରୀ ଫୁଡ ପ୍ରଡକ୍ଟକୁ ୬୮୦୦ କୁଇଣ୍ଟାଲ, ବାଲାଜୀ ଏଗ୍ରୋକୁ ୭୦୦୦କୁଇଣ୍ଟାଲ, ଲଷ୍ମୀ ନାରାୟଣୀକୁ ୫୦୦୦କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦିଆଯାଇ ଥିବା ଜଣାପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe