Kalinga TV
କୁଚିଣ୍ଡା: କୁଚିଣ୍ଡା ବ୍ଲକ୍ ରଙ୍ଗବତୀ ବିଲୁଙ୍ଗ୍ ଗ୍ରାମ ନିବାସୀ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ସ୍ବାସ୍ଥ୍ୟ ବୀମା କାର୍ଡ ଯୋଗାଇ ଦେବାକୁ ଦାବି ହୋଇଛି। ପ୍ରାପ୍ତ ସୂଚନାନୁସାରେ ପଦ୍ମଶ୍ରୀ ଗୌନ୍ତିଆଙ୍କ ଚକ୍ଷୁରେ ମୋତିଆବିନ୍ଦୁ ହୋଇଛି। ଡାକ୍ତର ଦେଖାଇବା ପରେ ତାଙ୍କୁ ଅପରେସନ୍ ପାଇଁ ପରାମର୍ଶ ଦିଆଯାଇଛି।
ମାତ୍ର ଅଭାବ ଅନଟନ ଯୋଗୁଁ ସେ ଅସ୍ତ୍ରୋପଚାର କରାଇ ନ ପାରି ବର୍ତ୍ତମାନ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଅପରେସନ୍ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହଯୋଗ ନିମନ୍ତେ ଦରଖାସ୍ତ କରିଥିବା ମଧ୍ୟ ଜଣାପଡ଼ିଛି। ତେବେ ତାଙ୍କୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ କରି କାର୍ଡ ଯୋଗାଇ ଦିଆଯାଇଥିଲେ ଆଜି ଏ ସମସ୍ୟା ହୋଇ ନଥାନ୍ତା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ତୁରନ୍ତ ତାଙ୍କୁ ସ୍ବାସ୍ଥ୍ୟ ବୀମା କାର୍ଡ ଯୋଗାଇ ଦେବାକୁ ଦାବି ହୋଇଛି।
Follow Us