ଅଙ୍ଗନବାଡି କେନ୍ଦ୍ରରୁ ଘରକୁ ଫେରୁଥିବା ସମୟରେ କୂଅରେ ପଡ଼ି ଦୁଇ ଶିଶୁକନ୍ୟା ମୃତ

Advertisment
ଅଙ୍ଗନବାଡି କେନ୍ଦ୍ରରୁ ଘରକୁ ଫେରୁଥିବା ସମୟରେ କୂଅରେ ପଡ଼ି ଦୁଇ ଶିଶୁକନ୍ୟା ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡାସ୍ଥିତ ଖମାର ଥାନା ଆଲୋରୀ ଗ୍ରାମରେ ସୋମବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। କୂଅରେ ପଡ଼ି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଦୁଇ ଶିଶୁ କନ୍ୟାଙ୍କ ନାମ ପଲ୍ଲବୀ କିଶାନ୍‌ (୪) ଓ ଲଭଲୀ କିଶାନ୍‌ (୩) ବୋଲି ଜଣାପଡ଼ିିଛି।

ସୂଚନାଯୋଗ୍ୟ, ସୋମବାର ଅପରାହ୍ନରେ ଆଲୋରୀ ଅଙ୍ଗନବାଡି କେନ୍ଦ୍ରରୁ ତିନିଜଣ ଶିଶୁ ସାଙ୍ଗ ହୋଇ ନିଜ ସାହି ଅର୍ଜ୍ଜୁନଝରିକୁ ଫେରୁଥିଲେ । ଘରୁକୁ ଫେରିବା ସମୟରେ କଥାବର୍ତ୍ତାରେ ଏତେ ମଜି ଯାଇଥିଲେ ଅନ୍ୟ ମନସ୍କତା ହେତୁ ଦୁଇଜଣ ଶିଶୁ ପଲ୍ଲବୀ କିଶାନ୍‌ ଓ ଲଭଲୀ କିଶାନ୍‌ ନିକଟସ୍ଥ କୂଅରେ ପଡ଼ି ଯାଇଥିଲେ। ତାଙ୍କ ସହ ଥିବା ଅନ୍ୟ ଜଣେ ଶିଶୁ ଏନେଇ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲା। ଗ୍ରାମବାସୀ କୂଆ ଭିତରୁ ଦୁଇ ଶିଶୁଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇ ଯାଇଥିଲେ ହେଁ ସେଠାରେ ଡାକ୍ତର ଉଭୟ ପଲ୍ଲବୀ କିଶାନ୍‌ ଓ ଲଭଲୀ କିଶାନ୍‌କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସମୟ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe