ଫେବ୍ରୁଆରି ୧୫ରୁ ୫ ଦିନ ଖୋର୍ଦ୍ଧାରେ ପଲ୍ଲିଶ୍ରୀ ମେଳା

Advertisment
ଫେବ୍ରୁଆରି ୧୫ରୁ ୫ ଦିନ ଖୋର୍ଦ୍ଧାରେ ପଲ୍ଲିଶ୍ରୀ ମେଳା

Sambad

ଖୋର୍ଦ୍ଧା: ଆସନ୍ତା ଫେବ୍ରୁଆରି ୧୫ ତାରିଖରୁ ୧୯ ତାରିଖ, ୫ ଦିନ ଧରି ଖୋର୍ଦ୍ଧା ସହରର ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜନ କରିବାକୁ ପ୍ରଶାସନ ପକ୍ଷରୁ ଏନେଇ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗତକାଲି ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ ଅଧ୍ୟକ୍ଷତା କରିଥିଲେ। ଓରମାସର ଅଧିକାରୀ ଗୁଣ୍ଡିଚା ବେହେରା କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପିତ କରିଥିଲେ। ବୈଠକରୁ ମିଳିଥିବା ସୂଚନାନୁସାରେ, ଏହି ମେଳାରେ ଜିଲ୍ଲା ସ୍ତରୀୟ ପୁସ୍ତକ ମେଳା, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ଓରମାସ ଆନୁକୂଲ୍ୟରେ ପ୍ରସ୍ତୁତ ସାମଗ୍ରୀ ଆଦି ପ୍ରଦର୍ଶିତ ଓ ବିକ୍ରି କରାଯିବ।

ପ୍ରତିଦିନ ସନ୍ଧ୍ୟାରେ ଜିଲ୍ଲା ଓ ଜିଲ୍ଲା ବାହାରରୁ ଆସିଥିବା ସାଂସ୍କୃତିକ ଦଳଗୁଡ଼ିକ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯିବ। ଏଥିରେ ୧୬୦ଟି ବିଭିନ୍ନ ବିଭାଗୀୟ ଓ ଓରମାସ ଷ୍ଟଲ୍ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଲିଡ୍ ବ୍ୟାଙ୍କ ମ୍ୟାନେଜର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ସଂସ୍କୃତି ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe