ପଞ୍ଚଶମ୍ଭୁ ମହାମିଳନ ଉତ୍ସବ: ଯୋଗଦେଲେ ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ ଓ ଉପାଧ୍ୟକ୍ଷ

ପଞ୍ଚଶମ୍ଭୁ ମହାମିଳନ ଉତ୍ସବ: ଯୋଗଦେଲେ ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ ଓ ଉପାଧ୍ୟକ୍ଷ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଲୁମୁରଜେନା ଗ୍ରାମରେ ରବିବାର ଷଷ୍ଠତମ ପଞ୍ଚଶମ୍ଭୁ ମହାମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରବିବାର ଏଥିରେ ମୟୂରକଟାର ସିଦ୍ଧେଶ୍ୱର ବାବା, ଯାଲୋଏର ଜମ୍ବେଶ୍ୱର ବାବା, ଜାମଗାଁର ଭୁବନେଶ୍ୱର ବାବା, ବଡମାଳର ସ୍ଵପ୍ନେଶ୍ୱର ବାବା ଓ ତିକୁଡ଼ାର ଗୋପେଶ୍ୱର ବାବାଙ୍କ ମଧ୍ୟରେ ଭେଟ ପର୍ବ ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀଙ୍କ ଦ୍ବାରା ଆୟୋଜିତ ଏହି ଉତ୍ସବ ଅବସରରେ ଦିଅଁ ମାନଙ୍କୁ ବୀରମହାରାଜପୁର ମୁଖ୍ୟଛକ ଠାରୁ ଗ୍ରାମ ପର୍ଯ୍ୟନ୍ତ ଶୋଭାଯାତ୍ରା ସହକାରେ ନିଆଯାଇଥିଲା। ଦିଅଁମାନଙ୍କ ଶୋଭାଯାତ୍ରା ସମୟରେ ଢୋଲ, ନିଶାନ, ମହୁରୀ ଓ ଘଣ୍ଟ ଆଦି ପାରମ୍ପାରିକ ବାଦ୍ୟାରେ ମୁଖ୍ୟଛକ ପ୍ରକମ୍ପିତ ହୋଇଥିଲା। ଗ୍ରାମବାସୀ ସମସ୍ତଙ୍କର ମଙ୍ଗଳ କାମନା କରି ଦିଅଁମାନଙ୍କର ଏକତ୍ର ପୂଜାର୍ଚ୍ଚନା କରିଥିଲେ। ଦିନବେଳା ପାଣି ଦଣ୍ଡ, ଧୂଳି ଦଣ୍ଡ ସାଙ୍ଗକୁ ରାତିରେ ବିଭିନ୍ନ ଦଣ୍ଡ ସୁଆଙ୍ଗ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମ ଦେଖିବାକୁ ଆଖପାଖ ବିଭିନ୍ନ ଗ୍ରାମରୁ ଶ୍ରଦ୍ଧାଳୁମାନଙ୍କ ସମାବେଶ ହୋଇଥିଲା।

publive-image

ଆଜିର ଏହି ଆଧ୍ୟାତ୍ମିକ କାର୍ଯ୍ୟ କ୍ରମରେ ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ, ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ନାରାୟଣ ଲୁହା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ ପ୍ରମୁଖ ଯୋଗଦେଇ ସମସ୍ତ ମହାଦେବ ଓ ଦେବୀମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ଆଜିର ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଲୁମୁରଜେ ବିଶିକେଷନ ରଥ, ପ୍ରକାଶ ମହାପାତ୍ର, ରମ୍ୟ ରଞ୍ଜନ ପଣ୍ଡା, ଗୋପୀନାଥ ପଣ୍ଡା, ବାଳକ ପଣ୍ଡା, ରିଙ୍କୁ ପଣ୍ଡା, ଦିଲ୍ଲୀପ ମିଶ୍ର, ଆଲଦା କର୍ମୀ, ସୁଦାମ ପ୍ରଧାନ, ଶ୍ରୀମନ୍ତ କର, ରଞ୍ଜନ ପଣ୍ଡା ଓ କୈଳାସ ପଣ୍ଡାଙ୍କ ସମେତ ସତାଥିକ ଗ୍ରାମବାସୀ ସାମିଲ ହୋଇଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe