ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିବା ପୂର୍ବରୁ ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା

ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିବା ପୂର୍ବରୁ ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା

ମାଲକାନଗିରି: ମାଥିଲି ବନ ବିଭାଗ ତରଫରୁ ଏକ ବିରଳ ପ୍ରଜାତିର ବଜରକାପ୍ତାକୁ ଉଦ୍ଧାର କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ‌ହୋଇଥାନ୍ତା। ମାଥିଲି ବନ ବିଭାଗର ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ସୋମବାର ରାତି ପ୍ରାୟ ୧୨ଟା ସମୟରେ ଖବର ପାଇଲେ ଯେ ମାଥିଲିର ପ୍ରାଣକୃଷ୍ଣ ପଣ୍ଡାଙ୍କ ଘର ପାଖରେ ଏକ ବଜରକାପ୍ତା ବୁଲୁଛି। ତୁରନ୍ତ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ ମାଥିଲିରେ ପହଞ୍ଚି ବଜରକାପ୍ତାକୁ ଉଦ୍ଧାର କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଜଂଗଲ ଧିରେ ଧିରେ କ୍ଷୟ ହେଉଥିବାରୁ ଜଂଗଲି ଜନ୍ତୁ ଏବେ ସହର ମୁହାଁ ହେଲେଣି। ଜଂଗଲରେ ଆଉ ଖାଦ୍ୟ ମିଳୁନଥିବାରୁ ବାଧ୍ୟ ହୋଇ ଗାଁ ଓ ସହର ମୁହାଁ ଜଂଗଲିଜନ୍ତୁ। ମାଥିଲି ନିବାସୀ ଶ୍ରୀ ପଣ୍ଡାଙ୍କ ଘର ପାଖରେ ଗତ ଦୁଇ ଦିନ ହେଲା। ଏହି ବଜରକାପ୍ତା ବୁଲୁଥିବା ଲୋକେ ଦେଖିଛନ୍ତି। ସେଠାରେ ବୁଦାଳିଆ ହୋଇଥିବାରୁ ବଜରକାପ୍ତା ସେହି ବୁଦା ଭିତରେ ରହୁଥିଲା। କିନ୍ତୁ ଗତକାଲି ଖାଦ୍ୟ ଅନ୍ବେଷଣ କରି ଶ୍ରୀ ପଣ୍ଡାଙ୍କ ଘରେ ପଶିଥିଲା। ତେବେ ସେ ଜଣେ ଭଦ୍ର ଲୋକ ହୋଇଥିବାରୁ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ଏହି ବଜରକାପ୍ତା ଦୁର୍ବୃତ୍ତଙ୍କ ହାତରେ ପଡିଥିଲେ ଏହାକୁ ବାହାରକୁ ରପ୍ତାନୀ ହୋଇ ଚାଲିଯାଇଥାନ୍ତା। ତେବେ କୌଣସି ଦୁର୍ବୃତ୍ତଙ୍କ ହାବୁଡରେ ପଡିବା ପୂର୍ବରୁ ବନ ବିଭାଗ ଏହି ବଜରକାପ୍ତାକୁ ଉଦ୍ଧାର କରି ବନ ବିଭାଗର କାର୍ଯ୍ୟାଳୟକୁ ଆଣି ଚିକିତ୍ସା କରାଇଥିଲେ।

publive-image

ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ କହିବା ଅନୁଯାୟୀ ବଜରକାପ୍ତା ସୁସ୍ଥ ରହିଛି। ଏହାର ଓଜନ ପ୍ରାୟ ୫ କିଲୋ ହେବ। ତେବେ ବଜରକାପ୍ତାଟିକୁ ଜଂଗଲରେ ଛାଡିଦିଆଯିବ। ତେବେ ଏହାକୁ ଯେଉଁ ଜଂଗଲରେ ଛଡାଯିବ ସେହି ସୂଚନା କାହାରିକୁ ଦିଆନଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। କାରଣ ବଜରକାପ୍ତା ମାଲକାନଗିରି ଅଂଚଳରୁ ଉଭାନ ହେବାର ମୁଖ୍ୟ କାରଣ ହେଲା ଏହାର ମୂଲ୍ୟ ମାତ୍ରାଧିକ ଥିବାରୁ ଏହାକୁ ଜୋରସୋରରେ ଶିକାର କରାଯାଉଛି। ଆଜି ବାଲିମେଳା ଅଂଚଳରେ ବଜରକାପ୍ତାର କାତି ସହ ଦୁଇ ଜଣ ଗିରଫ ମଧ୍ୟ ହୋଇଛନ୍ତି। ଏଥିରୁ ଜଣାପଡେ ଯେ ବଜରକାପ୍ତାର ମୂଲ୍ୟ କେତେ। ତେଣୁ ବନ ବିଭାଗ ଜଂଗଲିଜନ୍ତୁଙ୍କ ଜୀବନ ରକ୍ଷା କରିବା ପାଇଁ କଡା ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe