ବିଶ୍ବ ସାଇକେଲ ଦିବସରେ ଶୋଭାଯାତ୍ରା

Advertisment
ବିଶ୍ବ ସାଇକେଲ ଦିବସରେ ଶୋଭାଯାତ୍ରା

ଜୟପୁର: ସହରାଂଚଳ ଡାକ୍ତରଖାନା ଓ ସିୱା ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ଆଜି ବିଶ୍ବ ସାଇକେଲ ଦିବସ ପାଳନ କରାଯାଇଥିଲା। ସହରାଂଚଳ ଡାକ୍ତରଖାନା ଅଧିନରେ ଥିବା ସହରର ଆଶାକର୍ମୀ ଓ ସିୱା ଅନୁଷ୍ଠାନର ସଭ୍ୟ ମାନେ ସାଇକେଲ ଶୋଭାଯାତ୍ରାରେ ଭାଗ ନେଇଥିଲେ। ରାଜନହରରୁ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ। ସାଇକେଲ ଚଳାଇ ଶାରିରୀକ ଓ ମାନସିକସ୍ତରରେ ଲୋକେ ସୁସ୍ଥ ରହି ପାରିବେ ବୋଲି ସଚେତନତା ସୃଷ୍ଟି କରାଯାଇଥିଲା।

ଏହା ସହ ଜାଳେଣୀ ପାଟ୍ରେଲର ବ୍ୟବହାର କମିବା ସହ ପରିବେଶ ପ୍ରଦୁଷଣକୁ ରୋକି ହେବ ବୋଲି ଏମାନେ ଲୋକଙ୍କୁ ବୁଝାଇଥିଲେ। ଲୋକେ ଘରୁ ବଜାର କିମ୍ବା ସଉଦା ଆଦି ଆଣିବାକୁ ବାହାରିବା ସମୟରେ ସାଇକେଲର ବହୁଳ ବ୍ୟବହାର କରି ଶାରିରୀକ, ମାନସିକ ସୁସ୍ଥ ରହିବା ସହ ପରିବେଶକୁ ସୁରକ୍ଷା ଦେବାକୁ ଆହ୍ବାନ ଦେଇଥିଲେ। ଆଜି କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଲୋ‌କମାନେ ନିଜର ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ବ ଦେଉ ନାହାନ୍ତି। ଯାହା ଫଳରେ ବୟସର ମଧ୍ୟ ଭାଗରେ ହିଁ ବିଭିନ୍ନ ରୋଗବ୍ୟାଧିର ଶୀକାର ହେଉଛନ୍ତି। ତେଣୁ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସ୍ବାସ୍ଥ୍ୟ ରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ଯତ୍ନଶୀଳ ହେବେ ସେଥି ପାଇଁ ସାଇ‌କେଲ ଚଳାଇ ସଚେତନତା ସୃଷ୍ଟି କରାଯାଉଛି ବୋଲି ଏମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe