Sambad
ଗୋଷାଣି: ଓଡିଶା ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ଆହ୍ୱାନକ୍ରମେ ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ଫେଡରେସନ ଶାଖାର ସମସ୍ତ କର୍ମକର୍ତ୍ତାଗଣ ଓ ସଭ୍ୟସଭ୍ୟାଗଣ ସାମୂହିକ ଛୁଟିରେ ରହି ଧାରଣା ଦେଇଥିବାର ଦେଖିବାକୁ ମିଳିଛି। ଏହି ଧାରଣା ଗତ ଚାରିଦିନ ଧରି ଚାଲୁ ରହିଛି। ତେବେ ଆଜି ଶନିବାର ଶିକ୍ଷକ ମାନଙ୍କ ଦାବି ସାମୂହିକ ସମର୍ଥନ ଜଣାଇ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଧାରଣାସ୍ଥଳକୁ ଯାଇ ଶିକ୍ଷକ ସଂଘର କର୍ମକର୍ତ୍ତା ମାନଙ୍କ ସହ ବହୁ ସମୟ ଧରି ଆଲୋଚନା କରିଥିଲେ। ପରେ ଉକ୍ତ ଦାବି ବିଧାନସଭାରେ ଉପସ୍ଥାପନ କରି ରାଜ୍ୟ ସକରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ପ୍ରତିଶ୍ରୁତି ଦେଇଥିବାର ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି।
Sambadଅପରପକ୍ଷରେ ସରକାର ଯେଉଁଦିନ ପର୍ଯ୍ୟନ୍ତ ଦାବି ପୁରଣ କରିବେ ନାହିଁ ସେହିଦିନ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଗୋଷାଣି ବ୍ଲକ ପ୍ରାଥମିକ ଶିକ୍ଷକଶିକ୍ଷୟତ୍ରୀ ସଂଘର ଆବାହକ ନରେନ୍ଦ୍ର ଭୂୟାଁଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକଶିକ୍ଷୟତ୍ରୀ ସମୂହ ରାଜ୍ୟ ସରକାଙ୍କ ଉଦ୍ଦେଶ୍ୟରେ ବିଧାୟକ ଶ୍ରୀ ରାଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଆବାହକ ଏମ୍.ରବି କୁମାର, ଓପିଟିଏର ଜିଲ୍ଲା ସମ୍ପାଦକ ମନୋଜ କୁମାର ଗନ୍ତାୟତ, ଗୋଷାଣି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଏମ୍.ଉମାପତି, ସମ୍ପାଦକ ପି. ଭେଙ୍କଟେଶ୍ବରଲୁ, ଓଜେଟିଏର ଜିଲ୍ଲା ସଭାପତି ପି. ଶ୍ରବଣ କୁମାର ପ୍ରମୁଖଙ୍କ ସମେତ ବ୍ଲକର ଶତାଧିକ ପ୍ରାଥମିକ ଶିକ୍ଷକଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।
Follow Us