ପାରଳାଖେମୁଣ୍ଡିରେ ବ୍ୟାଙ୍କ ମ୍ୟାନେଜର କରୋନା ପଜିଟିଭ୍‌ ଚିହ୍ନଟ, ବ୍ୟାଙ୍କ ସିଲ୍

Advertisment
ପାରଳାଖେମୁଣ୍ଡିରେ ବ୍ୟାଙ୍କ ମ୍ୟାନେଜର କରୋନା ପଜିଟିଭ୍‌ ଚିହ୍ନଟ, ବ୍ୟାଙ୍କ ସିଲ୍

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିସ୍ଥିତ ଏକ ଜାତୀୟକରଣ ବ୍ୟାଙ୍କର ଖାଖା  କାର୍ଯ୍ୟାଳୟର ପରିଚାଳକ ଗୁରୁବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ଉକ୍ତ ଶାଖା କାର୍ଯ୍ୟାଳୟ ଓ ପାରଳାଖେମୁଣ୍ଡି ବଜାର ଅଞ୍ଚଳରେ ଥିବା ଅନ୍ୟ ଏକ ଶାଖାକୁ ସିଲ୍‌ କରି ଦିଆଯାଇଥିବା ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି।

Bank Sealed

ଗଜପତି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି ଯେ, ଏସବିଆଇ ମୁଖ୍ୟ ଶାଖା ପରିଚାଳକ କିଛି ଦିନ ପୂର୍ବରୁ ଅସୁସ୍ଥ ହେବା ପରେ ଭୁବନେଶ୍ୱରରେ ରହିଥିଲେ। ଭୁବନେଶ୍ୱରରେ ରହିବା ସମୟରେ ତାଙ୍କ କୋଭିଡ ପରୀକ୍ଷା ହୋଇଥିଲା ଆଉ ଏହି ରିପୋର୍ଟ ଆଜି ପଜିଟିଭ ଆସିଛି।

କରୋନା ଆକ୍ରାନ୍ତ ହୋଇଥିବା ଏସବିଆଇ ମ୍ୟାନେଜର ପାରଳାଖେମୁଣ୍ଡିର ଏହି ଉଭୟ ଶାଖା ପରିଦର୍ଶନ କରୁଥିଲେ। ତେଣୁ ଏହି ବ୍ୟାଙ୍କରେ ଲୋକଙ୍କ ପ୍ରବେଶକୁ ରୋକିବା ପାଇଁ ଉଭୟ କାର୍ଯ୍ୟାଳୟକୁ ସିଲ୍‌ କରି ଦିଆଯାଇଛି। ଦୁଇଟି ବ୍ୟାଙ୍କ ଶାଖାକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯାଉଛି। ଏଥିସହିତ ଦୁଇଟି ଶାଖାର ସମସ୍ତ କର୍ମଚାରୀଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ସମସ୍ତଙ୍କ କୋଭିଡ-୧୯ ପରୀକ୍ଷା କରାଯିବା ପାଇଁ ସ୍ୱାବ ସଂଗ୍ରହ କରି ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe