ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ନାବାଳିକା ଅମ୍ରିତାସ୍ନେହା ସାହୁ(ପରୀ) ପରିବାରକୁ ୯ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ପ୍ରଦାନ କରାଯିବ। ଆଜି ଏନେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ପୀଡ଼ିତା ପରିବାରକୁ ସହାୟତା ଦେବା ନେଇ ଥିବା ଆଇନ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ଡ. ପୋମା ଟୁଡୁ ସୂଚନା ଦେଇଛନ୍ତି। କ୍ଷତିପୂରଣ ପାଇବା ଲାଗି ପରୀର ପରିବାର ଆବେଦନ କରିଥିଲେ। ତେବେ ନିର୍ଦ୍ଧାରିତ ଅର୍ଥ ଏକା ସମୟରେ ନୁହେଁ, ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଆଜିର ବୈଠକରେ ଜିଲ୍ଲାର ଅନ୍ୟ କେତେକ ପୀଡ଼ିତ, ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ ନେଇ ନିଷ୍ପତ୍ତି ହୋଇଥିବା ମଧ୍ୟ ଜଣାପଡ଼ିଛି।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ବୈଠକରେ ନିଷ୍ପତ୍ତି; ପରୀ ପରିବାରକୁ ମିଳିବ ୯ ଲକ୍ଷ ଟଙ୍କା
Advertisment
Follow Us