ମୁକ୍ତା ଯୋଜନାରେ ନିର୍ମିତ ପାର୍କ, ସେଲ୍‌ଫି ପଏଣ୍ଟ ଉଦ୍‌ଘାଟିତ

ମୁକ୍ତା ଯୋଜନାରେ ନିର୍ମିତ ପାର୍କ, ସେଲ୍‌ଫି ପଏଣ୍ଟ ଉଦ୍‌ଘାଟିତ

ଘୁ. ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୨ ନମ୍ବର ୱାର୍ଡ଼ ଏବଂ ୪ ନମ୍ବର ୱାର୍ଡ଼ରେ ଅତି ସୁନ୍ଦର ଭାବେ ନିର୍ମାଣ ହୋଇଥିବା ଚିଲଡ୍ରେନ ପାର୍କ ଓ ୧ ନମ୍ବର ୱାର୍ଡ଼ ପଦାସାହି ଠାରେ ଆଇ ଲଭ ଜି.ଉଦୟଗିରି ଲେଖା ଥିବା ସେଲଫି ପଏଣ୍ଟ ର ଶୁଭ ଉଦଘାଟନ ମାନ୍ୟବର ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ କରକମଳରେ ହୋଇଯାଇଛି।

publive-image

ସହରାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା ମାଧ୍ୟମରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡ଼ିକ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଢ଼ଙ୍ଗୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ନନ୍ଦିତା ପ୍ରଧାନ, ମୋନାଲିସା ଦଳବେହେରା, ସିଦ୍ଧେଶ୍ଵରୀ ନାୟକ, ଲିପିକା ପ୍ରଧାନ, ଯାକେଶ ପ୍ରଧାନ, ନଗର ସଭାନେତ୍ରୀ କୃତାଂଜଳି ନାୟକ, ଲିଲିମା ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ମୁକ୍ତା ଯୋଜନା ସଂଯୋଜକ ପ୍ରଭାତ ରଞ୍ଜନ ସାହୁ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା କରିଥିବା ବେଳେ ବରିଷ୍ଠ ସହାୟକ ସତ୍ୟ ପ୍ରକାଶ ମହାପାତ୍ର, ସୁଶାନ୍ତ କୁମାର ସାହୁ, ମୁକେଶ ରଞ୍ଜନ ନାୟକ, ଭବାନୀ ପ୍ରସାଦ ବେହେରା, କେ. ଜୀବନ ଜ୍ୟୋତି ପାତ୍ର, ଗଣେଶ ଜେନା ପ୍ରମୂଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe