ହାତ ଟେକି ଦେଇଛି ପୌରପରିଷଦ, ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଉଜୁଡ଼ିଲା ଶିଶୁ ଉଦ୍ୟାନ

Advertisment
ହାତ ଟେକି ଦେଇଛି ପୌରପରିଷଦ, ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଉଜୁଡ଼ିଲା ଶିଶୁ ଉଦ୍ୟାନ

Sambad

ଜଗତସିଂହପୁର ଟାଉନ୍: ପୌର ସଂସ୍ଥା ନାଚାର। ଦେଖି ନଦେଖିଲା ଭଳି ରହୁଛି। ଏମିତିକି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଥିବା ସହରବାସୀ ପ୍ରଥମ ପସନ୍ଦର ଶିଶୁ ଉଦ୍ୟାନଟି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଉଜୁଡ଼ି ଗଲାଣି। ଏନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ହାତପାଆନ୍ତାରେ ଶ୍ରୀହୀନ ହୋଇ ପଡ଼ିଥିବା ଏହି ଶିଶୁ ଉଦ୍ୟାନକୁ କାର୍ଯ୍ୟକ୍ଷମ କରାଯାଇ ପାରୁନାହିଁ କି ପିଲାଙ୍କ ମୁହଁରେ ହସ ଫୁଟାଇବା ଉଦ୍ୟମ ନାହିଁ। ପିଲାଙ୍କ ଖେଳିବା, ଅବସର ସମୟ କାଟିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏହି ଶିଶୁ ଉଦ୍ୟାନ ଖାଁ ଖାଁ। ଅପରାହ୍ନ ହେଉ କିମ୍ବା ରବିବାର, ଛୁଟିଦିନରେ ଅଭିଭାବକମାନେ ପିଲାଙ୍କୁ ଧରି ସେଠାକୁ ଛୁଟି ଆସୁଥିଲେ। କିଏ ଦୋଳି ଖେଳୁଥିଲା ତ ଆଉ କିଏ ଗୁମ୍ଫା ଖସଡ଼ାରେ ଖସୁଥିଲା। ଅଭିଭାବକମାନଙ୍କର ମଧ୍ୟ କିଛି ସମୟ ଅତିବାହିତ ହେଉଥିଲା। କିନ୍ତୁ ଦୋଳି, ଖସଡ଼ା, ଗୁମ୍ଫା ଖସଡ଼ା ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ସେଗୁଡ଼ିକର ମରାମତି କରାଯାଉ ନାହିଁ। ଛୋଟ ପିଲା ଗଲେ ଖେଳି ନ ପାରି ନିରାଶ ହୋଇ ଫେରୁଛନ୍ତି। ଏପରିକି ଭଙ୍ଗା ସାମଗ୍ରୀ ପାଚେରି କଡ଼ରେ ଗଦା ହୋଇଛି। ଘାସ ଓ ଅଳିଆ ମଧ୍ୟ ପଡ଼ି ସ୍ଥାନ ପରିତ୍ୟକ୍ତ ହେଲାଣି। ଏନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଜିଲ୍ଲାରେ ପିଲାଙ୍କ ଖେଳିବା ଲାଗି ଏପର୍ଯ୍ୟନ୍ତ ଏକ ସୁନ୍ଦର ପାର୍କର ବ୍ୟବସ୍ଥା ଜୁଟିନି।

କୋର୍ଟ ନିକଟରେ ଥିବା ରାଜୀବ ଗାନ୍ଧି ପାର୍କ ଦୂର ଓ ନିକାଞ୍ଚନ ହେଉଥିବାରୁ ସେଠାକୁ ଯିବାକୁ ଲୋକଙ୍କ ଦ୍ବିଧା। ତେବେ ସେଠାରେ ମଧ୍ୟ କେତେକ ଉପକରଣ ଭାଙ୍ଗିରୁଜି ଗଲାଣି। ସୂଚନା ଅନୁସାରେ, ଜିଲ୍ଲାପାଳଙ୍କ କାର୍ଯ୍ୟ‌ାଳୟ ପରିସରରେ ୨୦୦୬ ଅଗଷ୍ଟ ୩୧ ସ୍ବାୟତ୍ତ ଶାସନ ଦିବସରେ ଏକତା ଶିଶୁ ଉଦ୍ୟାନ ଉଦ୍‌ଘାଟନ ହୋଇଥିଲା। ସାଂସଦ ପାଣ୍ଠି ଓ ପାରାଦୀପ ଫସଫେଟ୍ ଲିମିଟେଡ୍(ପିପିଏଲ୍) ଆର୍ଥିକ ସହାୟତାରେ ପାର୍କ ନିର୍ମାଣ ହୋଇଥିଲା। ରକ୍ଷଣାବେକ୍ଷଣ ଦାୟିତ୍ବ ପୌର ପରିଷଦ ହାତରେ ନ୍ୟସ୍ତ ଥିଲା। ବର୍ଷ ପରେ ବର୍ଷ ବିତି ଚାଲିବା ସହ ଚମକ ହରାଇଲା ଏହି ଶିଶୁ ଉଦ୍ୟାନ। ଉପକରଣ ମଧ୍ୟ ଭାଙ୍ଗିରୁଜି ଯାଇଥିଲା। ୨୦୧୫ ଜାନୁଆରି ୧ରେ ପୌର ପରିଷଦ ପକ୍ଷରୁ ଏହାର ଉନ୍ନତୀକରଣ କରାଯାଇଥିଲା। କିନ୍ତୁ ଏହା ପରଠାରୁ ପ୍ରାୟ ୮ ବର୍ଷ ହେବ ଶିଶୁ ଉଦ୍ୟାନର କୌଣସି ମରାମତି କିମ୍ବା ଉନ୍ନତୀକରଣ କାର୍ଯ୍ୟ କରାଯାଇ ନାହିଁ। ଫଳରେ ଗୋଟିଏ ପରେ ଗୋଟିଏ ଉପକରଣ ଭାଙ୍ଗି ଚାଲିଛି। ଅବସ୍ଥା ଏଭଳି ହେଲାଣି କେତେକ ଉପକରଣ ମାଟିରେ ମିଶିବାକୁ ବସିଲାଣି। କେବଳ ଲୁହା ଖୁଣ୍ଟ ଷ୍ଟାଣ୍ଡ ଛିଡ଼ା ହୋଇଛି। ସବୁଠୁ ବଡ଼ କଥା ହେଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe