ଭିମସାରରେ ପାର୍କିଂ ବିବାଦ: ଛୁରିମାଡ଼ରେ ଜଣେ ଆହତ

ଭିମସାରରେ ପାର୍କିଂ ବିବାଦ: ଛୁରିମାଡ଼ରେ ଜଣେ ଆହତ

Sambad English

ବୁର୍ଲା: ଆଜି ପୁଣି ପାର୍କିଂକୁ ନେଇ ବୁର୍ଲା ଭିମ୍‌ସାର୍ ସୁରକ୍ଷା ଦାୟିତ୍ବରେ ଥିବା ଏକ୍‌ଜିକ୍ୟୁଟିଭ୍ ସିକ୍ୟୁରିଟି ସଂସ୍ଥାର ସୁରକ୍ଷାକର୍ମୀ ଏବଂ ଅଟୋଚାଳକ ମାଡ଼ପିଟ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ଭିମ୍‌ସାର୍ ମୁଖ୍ୟ ଫାଟକ ଏଟିଏମ୍ ପାଖରେ ଜଣେ ଅଟୋଚାଳକ ଯାତ୍ରୀ ନେବା ପାଇଁ ନିଜ ଅଟୋରିକ୍ସା ଆଜି ପାର୍କିଂ କରିଥିଲେ। ଜଣେ ସୁରକ୍ଷାକର୍ମୀ ସେଠାରେ ପହଂଚି ଅଟୋଚାଳଙ୍କୁ ପାର୍କିଂ କରିବାକୁ ମନା କରିଥିଲେ। ଅଟୋଚାଳକ ଜଣକ କିଛି ସମୟ ମଧ୍ୟରେ ସେ ଚାଲିଯିବେ ବୋଲି କହିଥିଲେ। କିନ୍ତୁ, ସୁରକ୍ଷାକର୍ମୀ ଏଥିରେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ।

ଅଟୋଚାଳକଙ୍କୁ ସେଠାରୁ ପଳାଇବାକୁ କହିବାରୁ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଗଣ୍ଡଗୋଳର ରୂପ ନେଇଥିଲା। ପାଖରେ ଥିବା ଅନ୍ୟ କିଛି ଅଟୋଚାଳକ ସଂପୃକ୍ତ ସୁରକ୍ଷାକର୍ମୀଙ୍କୁ ପିଟିଥିଲେ। ଖବର ପାଇବା ପରେ ଅନ୍ୟ ସୁରକ୍ଷାକର୍ମୀମାନେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ। ସଂପୃକ୍ତ ଅଟୋଚଳକଙ୍କ ଭାଇ ଉମାକାନ୍ତ ମେହେରଙ୍କୁ ଆକ୍ରମଣ କରିଥିଲେ। ତେବେ, ପାଲଟା ଉମାକାନ୍ତ ଜଣେ ସୁରକ୍ଷା କର୍ମୀ ଶୁଭମ୍‌ ବେହେରାଙ୍କୁ ଛୁରି ଭୁସି ଦେଇଥିଲେ। ଶୁଭମ୍‌ ଏଥିରେ ସାମାନ୍ୟ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଶୁଭମଙ୍କୁ ଡାକ୍ତରଖାନାକୁ ଛାଡ଼ି ଦିଆଯାଇଛି। ଅନ୍ୟପକ୍ଷରେ ଶୁଭମ୍‌ ବେହେରା ଏବଂ ଅଟୋଚାଳକଙ୍କ ଭାଇ ଉମାକାନ୍ତ ମେହେରକୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe