ଯାତ୍ରୀବାହୀ ବସ୍‌ ଓଲଟି ୭ ଆହତ

ଯାତ୍ରୀବାହୀ ବସ୍‌ ଓଲଟି ୭ ଆହତ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ଗ୍ରାମ ପଞ୍ଚାୟତ ପେତାରବାଡ଼ି ଗ୍ରାମ ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ଘରୋଇ ଯାତ୍ରୀବାହୀ ବସ ଓଲଟି ୭ଜଣ ଆହତ ହୋଇଥିଲା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହତମାନେ ହେଲେ  ପେତାରବାଡ଼ି ଗ୍ରାମର ସୁନାପା ପ୍ରଧାନ(୨୦), ସ୍ୱର୍ଣ୍ଣ ପ୍ରଧାନ(୬୦), ନକୁଳ ପ୍ରଧାନ(୨୩), ସରିତା ପ୍ରଧାନ(୨୦), ମାୟାଙ୍କି ପ୍ରଧାନ୭୪), ଇଗ୍ନେଶ ପ୍ରଧାନ(୧୮) ଓ ହୀରାପା ପ୍ରଧାନ(୨୭) ଓ   କଟାବାଡ଼ି    ଗ୍ରାମର ଡେକ୍ରା ପ୍ରଧାନ(୭୦)। ତେବେ ଡେକ୍ରାଙ୍କ ଅବସ୍ଥା ଗୁରୁତର ଥିବାରୁ  ବ୍ରହ୍ମପୁର ସ୍ଥାନାନ୍ତର  କରାଯାଇଛି।

ସୂଚନା ପ୍ରକାରେ ବସ୍‌ଟି ସନ୍ଧ୍ୟାରେ  ରାଇକିଆରୁ ରାଣିପଙ୍କା ଯାଉଥିବା ବେଳେ  ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇ ବିଲ ମଧ୍ୟକୁ  ଓଲଟି ପଡ଼ିଥିଲା  ଫଳରେ ଏଥିରେ ବସିଥିବା ୧୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।  ଖବର ପାଇ ଦାରିଙ୍ଗବାଡ଼ି ଥାନା ସେକଣ୍ଡ ଅଫିସର ସୌମ୍ୟ ରଞ୍ଜନ ଜେନାଙ୍କ ସହ ଅନ୍ୟ କର୍ମଚାରୀ ପହଞ୍ଚି ତଦନ୍ତ କରିବା ସହ ଚିକିତ୍ସାରେ ସହ‌ଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe