India Today
ଝାରସୁଗୁଡ଼ା: ଝାରସୁଗୁଡ଼ା ରୋଡ୍ ଷ୍ଟେସନରେ ଚଳନ୍ତା ଟ୍ରେନ୍ରେ ଚଢୁଥିବା ବେଳେ ଖସିପଡ଼ି ଜଣେ ଯାତ୍ରୀଙ୍କ ଦୁଇ ଗୋଡ଼ କଟି ଯାଇଥିବା ଜଣାଯାଇଛି। ଝାରସୁଗୁଡ଼ା ରୋଡରେ ଆଜି ଅପରାହ୍ନରେ ଚଳନ୍ତା ପାସେଞ୍ଜର ଟ୍ରେନ୍ରେ ଚଢ଼ୁଥିବା ବେଳେ ଜଣେ ଯାତ୍ରୀ ଖସି ପଡ଼ିଥିଲେ। ଫଳରେ ସେ ଟ୍ରେନ୍ ଲାଇନ୍ରେ ପଶି ଯିବା ଯୋଗୁଁ ତାଙ୍କର ଦୁଇଟି ଯାକ ଗୋଡ଼ କଟି ଯାଇଥିଲା।
ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତ ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ପଡୋଶୀ ଛତିଶଗଡ଼ ରାଜ୍ୟର ହଙ୍କର ଗ୍ରାମର ସଞ୍ଜୟ କର(୩୧) ବୋଲି ଜଣାପଡ଼ିଛି। ତେବେ ଡିଏମୟୁ ଟ୍ରେନ୍ ସମ୍ବଲପୁରରୁ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ଯାତ୍ରୀଜଣଙ୍କ ଝାରସୁଗୁଡ଼ା ରୋଡ୍ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଚଢ଼ିଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା।
Follow Us