ଟିଟିଲାଗଡ଼- ହାଓ୍ଵଡ଼ା ଇସ୍ପାତ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଏସି ସେବା ଠପ, ଯାତ୍ରୀ ହନ୍ତସନ୍ତ

Advertisment
ଟିଟିଲାଗଡ଼- ହାଓ୍ଵଡ଼ା ଇସ୍ପାତ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଏସି ସେବା ଠପ, ଯାତ୍ରୀ ହନ୍ତସନ୍ତ

ରାଉରକେଲା: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ରାଜ୍ୟ ସରକାର ସତର୍କତା ଜାରି କରିଛନ୍ତି। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଖରାର ପ୍ରକୋପ ଅଧିକ ରହିଛି। ୨ ଦିନ ଯାଏ ହିଟ ୱେଭ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀମାନେ ଟିଟିଲାଗଡ଼- ହାଓ୍ଵଡ଼ା ଇସ୍ପାତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଏସି ବଗିରେ ଟିକେଟ କରିଥିଲେ ହେଁ ଆଜି ଟ୍ରେନ୍‌ର ସି-୧, ସି-୨, ସି-୩ ଓ ବି-୧ ବଗିରେ ଏସି ସେବା ଠପ ହୋଇଯାଇଥିଲା। ଫଳରେ ଯାତ୍ରୀମାନେ ପ୍ରବଳ ଗରମରେ ଡହଳ ବିକଳ ହୋଇଥିଲେ। ଦିନ ୧୧.୪୦ ମିନିଟରେ ରାଉରକେଲା ଷ୍ଟେସନରୁ ଛାଡ଼ିବାକୁ ଥିବା ଇସ୍ପାତ ଏକ୍ସପ୍ରେସ ଏହି କାରଣରୁ ଛାଡ଼ି ପାରି ନଥିଲା।

ଅତ୍ୟଧିକ ଗରମ ହେବାରୁ ଯାତ୍ରୀମାନେ ଟ୍ରେନ୍‌କୁ ପ୍ରଥମେ କାଲୁଙ୍ଗା ଷ୍ଟେସନରେ ଦେଢ଼ ଘଣ୍ଟା ଧରି ଅଟକାଇ ରଖିଥିଲେ। ପୁଣି ଯାତ୍ରୀ ରାଉରକେଲା ଷ୍ଟେସନ୍‌ରେ ଟ୍ରେନ୍‌କୁ ଅଟକାଇ ଦେଇଥିଲେ। ଏସି ଠିକ୍‌ ନହେବା ପର୍ଯ୍ୟନ୍ତ ଟ୍ରେନ୍‌ ଗଡ଼ି ପାରିବ ନାହିଁ ବୋଲି ଯାତ୍ରୀମାନେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe