ନୂଆ ରୂପ ପାଇବ ପାତାଳୀ ଶ୍ରୀକ୍ଷେତ୍ର: ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ହେଲା ଭୂମିପୂଜନ

Advertisment

ପାହାଡ଼ ଉପରେ ଥିବା ଗୁମ୍ଫାର ହେବ ଉନ୍ନତି, ପିଲାଙ୍କ ପାଇଁ ନିର୍ମାଣ ହେବ ଶିଶୁ ଉଦ୍ୟାନ

ପାହାଡ଼ ଉପରେ ଥିବା ଗୁମ୍ଫାର ହେବ ଉନ୍ନତି, ପିଲାଙ୍କ ପାଇଁ ନିର୍ମାଣ ହେବ ଶିଶୁ ଉଦ୍ୟାନ

ନୂଆ ରୂପ ପାଇବ ପାତାଳୀ ଶ୍ରୀକ୍ଷେତ୍ର: ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ହେଲା ଭୂମିପୂଜନ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ଗାଁର ଛଳିଆ ପାହାଡ଼ରେ ଥିବା ପାତାଳୀ ଶ୍ରୀକ୍ଷେତ୍ର ନୂଆ ରୂପ ପାଇବ। ଏଠାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ହେବ। ପାହାଡ ତଳେ ପିଲାଙ୍କ ପାଇଁ ଶିଶୁ ଉଦ୍ୟାନ ନିର୍ମାଣ ଓ ପାହାଡ଼ ଉପରେ ଥିବା ଗୁମ୍ପାଗୁଡ଼ିକର ମରାମତି କାମ କରାଯିବ। ସେହିଭଳି ପର୍ଯ୍ୟଟକମାନଙ୍କ ପାଇଁ ବଜାର ପରିସର ଖୋଲାଯିବ। ପର୍ଯ୍ୟଟକଙ୍କ ଲାଗି ଶୌଚାଳୟ, ସିମେଣ୍ଟର ଚୌକି ନିର୍ମାଣ କରାଯିବ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭୁବନେଶ୍ୱରରେ ଭିଡିଓ କନଫରେନ୍‌ସରେ ଥାଇ ଆଜି ପାତାଳୀ ଶ୍ରୀକ୍ଷେତ୍ର ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ସେ କହିଥିଲେ ଯେ, ପାତାଳି ଶ୍ରୀକ୍ଷେତ୍ରର ବିକାଶ ହେବ। ସେହିଭଳି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ସୂଚନା ଦେଇଥିଲେ ଯେ, ଆଗାମୀ ଦିନରେ ପାତାଳୀ ଶ୍ରୀକ୍ଷେତ୍ରକୁ ଖୁବ ଶୀଘ୍ର କିପରି ବିକାଶ କରାପାରିବ ସେ ନେଇ ଦୃଷ୍ଟି ଦିଆଯିବ।

publive-image

ଭିତ୍ତିଭୂମିକ ଶିଳାନ୍ୟାସ ଅବସରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରିମୟୀ ମିଶ୍ର ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ ଉପସ୍ଥିତ ଥିଲେ। ପରେ ପାତାଳୀ ଟ୍ରଷ୍ଟର ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀମତି ମିଶ୍ର ଓ ଶ୍ରୀମତି ବାନାର୍ଜୀଙ୍କ ସମେତ ଏସପି ଦେବି ପ୍ରସାଦ ଦାଶ, ଉପଜିଲ୍ଲାପାଳ ଅଶୋକ ଭୋଇ, ଉଲୁଣ୍ଡା ତହସିଲଦାର ତଥା ପାତାଳି ଟ୍ରଷ୍ଟର କୋଷାଧକ୍ଷ ପୂର୍ଣଚନ୍ଦ୍ର ନାୟକ, ଉଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଅଶୋକ ପଣ୍ଡା, କୋଟସଲାଇ ସରପଞ୍ଚ ସତ୍ୟାନନ୍ଦ ମେଣ୍ଡଳୀ, ଉଲୁଣ୍ଡା ସରପଞ୍ଚ ସନ୍ତୋଷିନୀ ଭୋଇ, ବିଶିପଡା ସରପଞ୍ଚ ପିଙ୍କି ବିଶି, ମୁଣ୍ଡଘାଟ ସରପଞ୍ଚ ରଂଜିତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe