ବଡ଼ଭାଇଙ୍କ ପାଇଁ ଶ୍ରୀକ୍ଷେତ୍ରରୁ ଆସିଲା ପାଟରାକ୍ଷୀ, ସୁସଜ୍ଜିତ ରଥକୁ ସ୍ବାଗତ

Advertisment
ବଡ଼ଭାଇଙ୍କ ପାଇଁ ଶ୍ରୀକ୍ଷେତ୍ରରୁ ଆସିଲା ପାଟରାକ୍ଷୀ, ସୁସଜ୍ଜିତ ରଥକୁ ସ୍ବାଗତ

Sambad

କେନ୍ଦ୍ରାପଡ଼ା: ଆସନ୍ତା ୧୧ତାରିଖରେ ରକ୍ଷାବନ୍ଧନ। ତୁଳସୀକ୍ଷେତ୍ରାଧିପତି ବଳଦେବଙ୍କ ଜନ୍ମଦିନ। ଏଥିପାଇଁ ଆଜି ପୁରୀ ଶ୍ରୀକ୍ଷେତ୍ରରୁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାକୁ ଆସିଛି ପାଟରାକ୍ଷୀ। ଭଉଣୀ ସୁଭଦ୍ରା ବଡ଼ଭାଇ ବଳଦେବଙ୍କ ପାଇଁ ଏହି ରାକ୍ଷୀ ପଠାଇଛନ୍ତି। ଶ୍ରୀଜଗନ୍ନାଥ ପାଟସେବା ପରିଷଦ ମାଧୢମରେ ଏକ ସୁସଜ୍ଜିତ ରଥରେ ପଠାଯାଇଥିବା ଏହି ରାକ୍ଷୀ ଆଜି ଦିନ ପ୍ରାୟ ୩ଟା ବେଳେ କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରାଯାଇଛି। ତିନିମୁହାଣୀ ରାମ ମନ୍ଦିର ନିକଟରୁ ସୁସଜ୍ଜିତ ରଥକୁ ଶୋଭାଯାତ୍ରା ଜରିଆରେ କେନ୍ଦ୍ରପଡ଼ା ସହର ପରିକ୍ରମା କରାଯାଇ ମନ୍ଦିର ଯାଏ ନିଆଯାଇଥିଲା। ସଧ୍ୟାରେ ରଥ ମନ୍ଦିର ଆଗରେ ପହଞ୍ଚିବା ପରେ ବଳଦେବଙ୍କ ବଡ଼ପଣ୍ତାକୁ ରାକ୍ଷୀ ହସ୍ତାନ୍ତର କରାଯାଇଥିଲା। ଶ୍ରୀକ୍ଷେତ୍ରରୁ ପାଟରାକ୍ଷୀ ଆସିବା ପରମ୍ପରା ବହୁ ପୁରୁଣା। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଯେହେତୁ ବଡ଼ଭାଇ ବଳଦେବ ବିରାଜମାନ, ସେହେତୁ ପ୍ରତିବର୍ଷ ରକ୍ଷାବ˚ଧନ ପୂର୍ବରୁ ଭଉଣୀ ସୁଭ୍ରଦା ଶ୍ରୀକ୍ଷେତ୍ରରୁ ପାଟରାକ୍ଷୀ ଭାଇ ପାଇଁ ପଠାଇଥା’ନ୍ତି। ସୁଭଦ୍ରା ମା’ଙ୍କ ବଡ଼ଗ୍ରାହୀ ଏହି ରାକ୍ଷୀ ନେଇ ଆସିଥା’ନ୍ତି।

ଏହି କ୍ରମରେ ଶନିବାର ଅପରାହ୍ନରେ ଶ୍ରୀଜଗନ୍ନାଥ ପାଟସେବା ପରିଷଦ ମାଧୢମରେ ଏକ ସୁସଜ୍ଜିତ ରଥରେ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର ବଡ଼ଠାକୁର ବଳଦେବ, ସାନଭାଇ ଜଗନ୍ନାଥ ଏବ˚ ପାଞ୍ଚ ପାର୍ଶ୍ବ ଦେବାଦେବୀଙ୍କ ପାଇଁ ରାକ୍ଷୀ ଧରି ବାହାରିଥିଲେ। ସେମାନଙ୍କ ସହିତ ପରିଷଦର ସଭାପତି ଦୁର୍ଯ୍ୟୋଧନ ସାହୁ, ସ˚ପାଦକ ଶୁଭେନ୍ଦୁ ସ୍ବାଇଁ, ତିରୁପତି ପାଣିଗ୍ରାହୀ, ଆଶିଷ ସାହୁ, ଶିବରାମ ମହାନ୍ତି ପ୍ରମୁଖ ଆସିଥିଲେ। ଆଜି ଦିନ ପ୍ରାୟ ୩ଟା ବେଳେ ରଥ ଆସି ତିନିମୁହାଣୀ ରାମ ମନ୍ଦିର ନିକଟରେ ପହଞ୍ଚିଥିଲା। ଏହାପରେ ସେଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ରଥକୁ ମନ୍ଦିର ଯାଏ ନିଆଯାଇଥିଲା।  ଘଣ୍ଟଘଣ୍ଟା ସା˚ଗକୁ ଚାଙ୍ଗୁ ବାଜାର ନାଦରେ ଶୋଭାଯାତ୍ରା କମ୍ପିବା ସହିତ ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଶୋଭାଯାତ୍ରାରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, କେନ୍ଦ୍ରାପଡ଼ା ପୌରପାଳିକା ପୌରାଧୢକ୍ଷା ସରିତା ସାହୁ, କାଉନସିଲର କାଳୀପ୍ରସାଦ ମିଶ୍ରଙ୍କ ସମେତ ଅନ୍ୟ ମାନେ ସାମିଲ୍‌ ହୋଇଥିଲେ। ସିଦ୍ଧ ବଳଦେବଜିଉଙ୍କ ସ˚ଧ୍ୟା ଆଳତି ସମୟରେ ରଥ ମନ୍ଦିର ନିକଟରେ ପହଞ୍ଚିବା ପରେ ବାଡ଼ଗ୍ରାହୀ ଶ୍ରୀ ମହାପାତ୍ର ଶ୍ରୀକ୍ଷେତ୍ରରୁ ଆସିଥିବା ରାକ୍ଷୀକୁ ବଡ଼ପଣ୍ତା ମାଧବ ପତ୍ରୀଙ୍କୁ ହସ୍ତାନ୍ତର କରିଥିଲେ। ଶ୍ରୀ ପତ୍ରୀ ଏହାକୁ ଭଣ୍ତାର ଘରେ ରଖିଥିବା ବେଳେ ଆସନ୍ତା ୧୧ତାରିଖରେ ଏହା ଠାକୁରଙ୍କ ହାତରେ ବ˚ଧାଯିବ ବୋଲି ମନ୍ଦିର ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe