ପିଆରଏମ ଡାକ୍ତରଖାନାରେ ଅବହେଳା ପାଇଁ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ

Advertisment
ପିଆରଏମ ଡାକ୍ତରଖାନାରେ ଅବହେଳା ପାଇଁ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ

Edufever

ବାରିପଦା: ନର୍ସଙ୍କ ଅବହେଳା ପାଇଁ ଚାଲିଗଲା ରୋଗୀର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ପିଆରଏମ ଡାକ୍ତରଖାନାରେ। ସୂଚନାଯୋଗ୍ୟ, ମୃତକ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ମଞ୍ଚାବନ୍ଧା ଅଞ୍ଚଳର ସ୍ୱରୂପଭିଲ୍ଲା ଗ୍ରାମର ଅଜୁ ମହାନ୍ତଙ୍କ ପତ୍ନୀ ଯମୁନା ମହାନ୍ତି (୨୨)। ମୃତକର ମା’ ନନ୍ଦିନୀ ଦେହୁରୀଙ୍କ ଅଭିଯୋଗ ଅନୁସାରେ ଦାୟିତ୍ୱରେ ଥିବା ନର୍ସ ମାନେ ରୁମ ମଧ୍ୟରେ ବସି ଗପସପ ହେଉଥିବା ବେଳେ ଦୁଇତିନି ଥର ଡାକିବା ପରେ ମଧ୍ୟ ରୋଗୀଙ୍କୁ ଦେଖିବାକୁ ଆସିନଥିବା ଅଭିଯୋଗ ହୋଇଛି।

ମୃତକର ସ୍ୱାମୀ ଦିନ ମଜୁରିଆ ଭାବେ ଗୁଜୁରାଟରେ ଦାଦନ ଖଟୁଥିବା ବେଳେ ରୋଗୀଙ୍କ ନିକଟରେ କେବଳ ମୃତକର ମାଆ ଉପସ୍ଥିତ ରହିଛନ୍ତି। ନର୍ସର ଦାୟିତ୍ୱ ହୀନତା ପାଇଁ ଦୁଇ ଛୋଟ ଛୁଆଙ୍କୁ ଛାଡି ମାଆର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତକର ପରିବାର ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe