ଟ୍ରଲିରେ ବୁହାହୋଇ ମେଡିକାଲ ଗଲେ ରୋଗୀ

Advertisment
ଟ୍ରଲିରେ ବୁହାହୋଇ ମେଡିକାଲ ଗଲେ ରୋଗୀ

Sambad

ଭଦ୍ରକ: ସରକାର ଲୋକଙ୍କ ଜୀବନ ବଞ୍ଚାଇବାକୁ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଅନ୍ୟପଟେ ଏହି ସମୟରେ କୌଣସି ଗାଡି ନ ମିଳିବାରୁ ସାଧାରଣ ଲୋକ ରୋଗୀକୁ ମେଡିକାଲ ଆଣିବାକୁ ଟ୍ରଲିର ସାହାରା ନେଇଛି। ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରାଞ୍ଚଳରେ। ସୂଚନାଯୋଗ୍ୟ ଯେ, ଭଦ୍ରକ ପୌରାଞ୍ଚଳ ୯ନଂ ‌ୱାର୍ଡ ଚାରିଘରିଆ ମୁଣ୍ଡାସାହିର ଜସ୍ମିନ ମୁଣ୍ଡା। ପରିବାର ମଧ୍ୟରେ ଝଗଡା ପାଇଁ ବିଷ ପିଇ ଥିଲେ। ପରିବାର ଲୋକେ ଏହି କଥା ଜାଣିବା ପରେ ମେଡିକାଲ ଆଣିବା ପାଇଁ ଗାଡି ଖୋଜିଥିଲେ। ସଟ୍‌ଡାଉନ୍‌ ପାଇଁ ଘରୁ ମେଡିକାଲ ଯାଏ ଆସିବାକୁ କୌଣସି ଗାଡି ମିଳିନଥିଲା।

publive-image Sambad

ଅନ୍ୟପଟେ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ୧୦୮ କି ଆମ୍ବୁଲାନ୍ସ ସହ ମଧ୍ୟ ଯୋଗାଯୋଗ କରି ପାରିନଥିଲେ। ଶେଷରେ ସମ୍ପର୍କୀୟଙ୍କ ସହଯୋଗରେ ଏକ ଟ୍ରଲିରେ ଯସ୍ମିନଙ୍କୁ ନେଇ ଭଦ୍ରକ ମେଡିକାଲକି ଚିକିତ୍ସା ନିମନ୍ତେ ଆଣିଥିଲେ। ଶୂନଶାନ୍  ରାସ୍ତାରେ ରୋଗୀଙ୍କୁ ଧରି ଟ୍ରଲିରେ ମେଡିକାଲ ପହଞ୍ଚିବା ପରେ ସ୍ଥାନୀୟ ଦେଖଣାହାରୀ ମେଡିକାଲ ପରିସରରେ ଘେରି ଯାଇଥିଲେ ଓ ସହଯୋଗ ମଧ୍ୟ କରିଥିଲେ। ହେଲେ ଆଜିବି ସରକାରଙ୍କ ଯୋଜନାର ସଚେତନତା ବାର୍ତ୍ତା ପହଞ୍ଚିପାରିନାହିଁ ଏହିଭଳି ନିରକ୍ଷର ଆଦିବାସୀଙ୍କ ପାଖରେ ବୋଲି ଦେଖଣାହାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe