ପାଟଣାଗଡ଼: ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ମାମଲାର ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ସ୍ଥାନୀୟ ଏଡିଜେଙ୍କ ଅଦାଲତରେ ଜାରି ରହିଛି। ଗୁରୁବାର ୨୪ ତମ ସାକ୍ଷୀ ଭାବେ ହୃଷୀକେଶ ଠାକୁରଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଘଟଣା ସମୟରେ ଭଇଁଷା ଜ୍ୟୋତି ବିକାଶ କଲେଜରେ କିରାଣି ଭାବେ କାର୍ଯ୍ୟ କରୁଥିବା ହୃଷୀକେଶ ଠାକୁର ଗୁରୁବାର ସକାଳୁ ସ୍ଥାନୀୟ ଏଡିଜେଙ୍କ ଅଦାଲତରେ ହାଜର ହୋଇ ତାଙ୍କ ସାକ୍ଷ୍ୟ ଦେଇଥିଲେ।
ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା ଠିକ୍ ପରେ ପରେ କ୍ରାଇମବ୍ରାଞ୍ଚ ଶ୍ରୀ ଠାକୁରଙ୍କ ଉପସ୍ଥିତି ତଥା ତାଙ୍କ ସମୟରେ ମୃତ ସୌମ୍ୟଶେଖରଙ୍କ ମା ତଥା ଉକ୍ତ କଲେଜର ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କଠାରୁ କିଛି ଜରୁରୀ କାଗଜପତ୍ର ଜବତ କରିଥିଲା। ତାକୁ ନେଇ ଶ୍ରୀ ଠାକୁର ନିଜର ସାକ୍ଷ୍ୟ ପ୍ରମାଣ ଦେଇଥିବା ସୂଚନା ମିଳିଛି। ସେହିପରି ଉଭୟ ପକ୍ଷଙ୍କ ଓକିଲ ମଧ୍ୟ ତାଙ୍କୁ ଜେରା କରିଥିବା ଜଣାପଡ଼ିଛି।
Follow Us