ନୟାଗଡ଼: ନୟାଗଡ଼ ଜିଲ୍ଲାରେ ସେବା ସମବାୟ ସମିତି(ପ୍ୟାକ୍ସ) ଗୁଡ଼ିକରେ ଭୂତଚାଷୀ ପଞ୍ଜିକରଣ କରିବା ସମ୍ପାଦକମାନଙ୍କୁ ମହଙ୍ଗା ପଡ଼ିଛି। ଏନେଇ ‘ସମ୍ବାଦ’ରେ ତଥ୍ୟଭିତ୍ତିକ ଖବର ପ୍ରକାଶନ ପରେ ଆଜି ଏକାଧିକ ପ୍ୟାକ୍ସ ସମ୍ପାଦକଙ୍କ ମୁଣ୍ଡ ଗଡ଼ିଛି। ଏଆରସିଏସଙ୍କ କାର୍ଯ୍ୟାଳୟ ପକ୍ଷରୁ ଘଟଣାର ତଦନ୍ତ ପରେ ଘଟଣାର ସତ୍ୟତା ପ୍ରମାଣିତ ହେବାରୁ ଜିଲ୍ଲାପାଳ ଡ. ପୋମା ଟୁଡୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ଗାଁ ବ୍ଲକ କଜଳାଇପଲ୍ଲୀ ପ୍ୟାକ୍ସ ସମ୍ପାଦକ ରଞ୍ଜନ କୁମାର ସାହୁ, ଗୋଲଗାଁ ପ୍ୟାକ୍ସ ସମ୍ପାଦକ ମାନସ କୁମାର ମିଶ୍ର ରହିଛନ୍ତି। ଏହି ଦୁଇ ପ୍ୟାକ୍ସରେ ଶତାଧିକ ଭୂତ ଚାଷୀ ପଞ୍ଜିକରଣ କରାଯାଇଥିଲା। ଏନେଇ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପରେ ପ୍ରଶାସନ ତଦନ୍ତ କରିବାକୁ ଏକରକମ ବାଧ୍ୟ ହୋଇଥିଲା। ଗୋଲଗାଁ ପ୍ୟାକ୍ସ ଅନିୟମିତତା ସମ୍ପର୍କରେ ଗତ ଅକ୍ଟୋନବର ୨୩ ତାରିଖରେ ଖବର ପ୍ରକାଶ ପାଇଥିବା ବେଳେ, କଜଳାଇପଲ୍ଲୀ ପ୍ୟାକ୍ସ ସମ୍ପର୍କରେ ନଭେମ୍ବର୧୨,୧୩, ୧୮ରେ ଏକାଧିକ ଖବର ପ୍ରକାଶ ପାଇଥିଲା।
ସମ୍ବାଦ ପ୍ରଭାବ: ବିଦା ହେଲେ କଜଳାଇପଲ୍ଲୀ, ଗୋଲଗାଁ ପ୍ୟାକ୍ସ ସମ୍ପାଦକ
Advertisment
Follow Us