୨୦୨୪ରେ ରାଜ୍ୟବାସୀ କଂଗ୍ରେସକୁ କ୍ଷମତାସୀନ କରିବେ: ପିସିସି ସଭାପତି

Advertisment
୨୦୨୪ରେ ରାଜ୍ୟବାସୀ କଂଗ୍ରେସକୁ କ୍ଷମତାସୀନ କରିବେ: ପିସିସି ସଭାପତି

ରାଉରକେଲା: ରାଜ୍ୟରେ ୨୨ ବର୍ଷର ଭ୍ରଷ୍ଟାଚାରି ସରକାର ଓ କେନ୍ଦ୍ରର ୮ ବର୍ଷର ସ୍ବେଚ୍ଛା​ଚାରୀ ସରକାରର ​ଦୌରାତ୍ମ୍ୟରେ ଲୋକେ ଅତିଷ୍ଠ ହେଲେଣି। ୨୦୨୪ ପାଇଁ କଂଗ୍ରେସ ଏବେଠୁ ତା’ର ରୋଡମ୍ୟାପ୍‌ ପ୍ରସ୍ତୁତ କରୁଛି। ଆସନ୍ତା ନିର୍ବାଚନରେ ରାଜ୍ୟବାସୀ କଂଗ୍ରେସକୁ ନିଶ୍ଚିତ ଭାବେ କ୍ଷମତାସୀନ କରିବେ ବୋଲି ପ୍ରଦେଶ କଂଗ୍ରେସ କମିଟିର (ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ସେକ୍ଟର-୨୧ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ସ୍ବାଗତ ସମ୍ବର୍ଦ୍ଧନା ସଭା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଗତ ୧୯୯୦ର ଉଦାହରଣ ଦେଇ କହିଥିଲେ ସେହି ସମୟରେ କଂଗ୍ରେସର ୧୦ ଜଣ ବିଧାୟକ ଥିଲେ। ୧୯୯୫ରେ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିଥିଲା। ୧୦ ବର୍ଷ ଧରି ଓଡ଼ିଶାରେ ବିଜେଡି ଓ ବିଜେଡି ମିଳିତ ସରକାର ଥିଲା। ଏବେ ୨୨ ବର୍ଷ ଧରି ରାଜ୍ୟରେ ବିଜେଡିର ସରକାର ଚାଲିଛି। କିନ୍ତୁ ରାଜ୍ୟର ଲୋକଙ୍କ ସମସ୍ୟା ଯେମିତି ସେମିତି ରହିଛି। ନିଯୁକ୍ତି କ୍ଷେତ୍ରରେ ସରକାର ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛନ୍ତି।

ଆଗାମୀ ୨୦୨୪ରେ ରାଜ୍ୟର ସାଧାରଣ ଜନତା ନିଶ୍ଚିତ ଭାବେ ବିଜେଡିକୁ ଉଚିତ ଜବାବ ଦେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ରାଜ୍ୟରେ ନିଶ୍ଚିତ ଭାବେ ଶାସନ କରିବ ବୋଲି କହିଥିଲେ। ରାଜଗାଙ୍ଗପୁର ବିଧାୟକ ଡ. ରାଜନ ଏକ୍କା ରାଉରକେଲା ସହର ପ୍ରତିଷ୍ଠାରେ କଂଗ୍ରେର ମହତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ରାଉରକେଲାର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ବିରେନ ସେନାପତି, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ରଘୁନାଥପାଲୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ, କୁଚିଣ୍ଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ରାଜ୍ୟ ସାଧାରଣ ସମ୍ପାଦକ ରବି ରାୟ, ପୂର୍ବତନ ପିସିସି ସମ୍ପାଦକ ସବୀର ହୁସେନ, ଗଣେଶ ପ୍ରଧାନ, ରଶ୍ମୀରଞ୍ଜନ ପାଢ଼ୀ, ମହିଳା କଂଗ୍ରେସ ସଭାନେତ୍ରୀ ନିରୂପମା ବଳିୟାର ସିଂ, ଯୁବ କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ଦାସ, ଛାତ୍ର ସଭାପତି ସୂର୍ଯ୍ୟକାନ୍ତ ବାରିକ, ବରିଷ୍ଠ ନେତା ରାମାନନ୍ଦ ଶ୍ରୀଚନ୍ଦନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପିସିସି ସଭ୍ୟା ପ୍ରଭାତୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

publive-image

ଏହି ଅବସରରେ ସେବାଦଳ ପକ୍ଷରୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରି, ଡ. ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ ନେତା କୀର୍ତ୍ତନ ଦାସ, ଡ. ରାଜକୁମାର ଯାଦବ, ପିସିସି ଉପସଭାପତି କିଶୋର ଜେନା, ପିସିସି ପୂର୍ବତନ ସମ୍ପାଦକ ପ୍ରଫୁଲ୍ଲ ସୁନ୍ୟାନୀ, ଅଣସଙ୍ଗଠିତ ଶ୍ରମିକ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତିଙ୍କ ସମେତ ଉମେଶ ଶରତ, କୈଳାସ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଲତା ନାୟକ, ପ୍ରମୋଦ ପ୍ରଧାନ, ରାଧେଶ୍ୟାମ ଯାଦବ, ସୂର୍ଯ୍ୟକାନ୍ତ ବାରିକ, ଇଜାଜ୍‌ ଅଖତର, ରଞ୍ଜିତା ମଲ୍ଲିକ, ନରୋତ୍ତମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe