ରୋଗୀଙ୍କୁ ଦରକାର ପଡିଲା ରକ୍ତ, ରାତି ୧୨ଟାରେ ରକ୍ତ ଦେଇ ଜୀବନ ବଂଚାଇଲେ ପିସିଆର ଭ୍ୟାନ୍‌ରେ ଥିବା ପୁଲିସ କର୍ମଚାରୀ

Advertisment
ରୋଗୀଙ୍କୁ  ଦରକାର ପଡିଲା ରକ୍ତ, ରାତି ୧୨ଟାରେ ରକ୍ତ ଦେଇ ଜୀବନ ବଂଚାଇଲେ ପିସିଆର ଭ୍ୟାନ୍‌ରେ ଥିବା ପୁଲିସ କର୍ମଚାରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କରୋନା ମହାମାରୀ ଆରମ୍ଭ ସମୟଠାରୁ ଆଜି ପର୍ଯ୍ୟନ୍ତ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଛି। ରକ୍ତ ନଥିବାରୁ ବହୁ ରୋଗୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏହି ସମୟରେ ରକ୍ତ ଭଣ୍ଡାରକୁ ରକ୍ତ ଯୋଗାଇବା ପାଇଁ ବିଭିନ୍ନ ସଂଗଠନ ଆଗକୁ ଆସୁଥିଲେ ମଧ୍ୟ କରୋନା ଯୋଗୁ ସମସ୍ତେ ଭୟ ଓ ଆତଙ୍କରେ ରହିଛନ୍ତି। ମାଲକାନଗିରି ଗ୍ରୁପର ଯୁବଗୋଷ୍ଠୀଙ୍କ ତରଫରୁ କିନ୍ତୁ ଗରିବ ଲୋକଙ୍କୁ ତୁରନ୍ତ ରକ୍ତ ଯୋଗାଇ ଦେବାରେ ସହଯୋଗ କରିଆସୁଛନ୍ତି। ଏଭଳି ଏ ସଦ୍ୟତମ ଘଟଣାକ୍ରମରେ ଚାଉଳମେନ୍ଦି ଗ୍ରାମର ସାବିତ୍ରୀ ବାଟେ ନାମକ ଗର୍ଭବତୀ ମହିଳା ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଂକୁ ତୁରନ୍ତ ରକ୍ତ ଦରକାର ପଡୁଥିବା ଗତକାଲି ରାତିରେ ଡାକ୍ତର କହିବା ପରେ ପରିବାର ଲୋକେ ରକ୍ତ ପାଇଁ ରକ୍ତ ଭଣ୍ଡାରକୁ ଯାଇ ନେହୁରା ହୋଇଥିଲେ। କିନ୍ତୁ ରକ୍ତ ଭଣ୍ଡାରରେ ରକ୍ତ ନ ଥିବାରୁ ପରିବାର ଲୋକେ ବହୁ ଲୋକଙ୍କୁ ରକ୍ତ ଯୋଗାଡ କରିଦେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ କେହି ସହଯୋଗର ହାତ ବଢାଇ ନଥିଲେ।

ତେବେ ମାଲକାନଗିରି ଗ୍ରୁପର ରାଜେଶ କୁମାର ଏ କଥା ଜାଣିବା ପରେ ସେ ମଧ୍ୟ ରକ୍ତ ପାଇଁ ବିଭିନ୍ନ ସ୍ଥାନ ବୁଲିଲେ। ସେତେବେଳେ ରାତି ପ୍ରାୟ ସାଢେ ୧୧ଟା ସମୟ ହୋଇସାରିଥିଲା। ଏତେ ରାତିରେ ସମସ୍ତେ ଶୋଇ ପଡିଥିବା ବେଳେ ରକ୍ତ କେଉଁଠୁ ଆସିବ ରାଜେଶ ଜାଣିପାରିନଥିଲେ। ତେବେ ଏହି ସମୟରେ ପିସିଆର ଭ୍ୟାନ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ତାଂକର ଜଣେ ବନ୍ଧୁ ରଂଜନ ନାୟକ ପିସିଆର ଗାଡିରେ ବସିଥିବା ଦେଖି ତାଂକୁ ରକ୍ତ ଦେବା ପାଇଁ ଅନୁରୋଧ କରିଥିଲେ। ଏ-ପଜିଟିଭ ରକ୍ତ ତାଂକର ଥିବାରୁ ଗର୍ଭବତୀ ମହିଳାଙ୍କୁ ବଂଚାଇବା ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଥିଲେ ।  ପୁଲିସ କର୍ମଚାରୀ ରଂଜନ  ତୁରନ୍ତ ରକ୍ତ ଦେବା ପାଇଁ ବାହାରି ପଡିଥିଲେ। ରାତିରେ ସେ ରକ୍ତଭଣ୍ଡାରକୁ ଯାଇ ରକ୍ତଦାନ କରିଥିଲେ। ଯାହାଫଳରେ ଗର୍ଭବତୀ ସାବିତ୍ରୀଙ୍କୁ ରକ୍ତ ଦିଆଯାଇପାରିଥିଲା। ତେବେ ରଂଜନଙ୍କ ଏହି ବଦାନ୍ୟତା ଏବେ ଜିଲ୍ଲାରେ ଚର୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe