ପଞ୍ଚା‌ୟତ ଗୋଦାମରେ ପଡିଛି ଚାଉଳ, ୩ ମାସ ହେଲା ପାଇ ନାହାନ୍ତି ହିତାଧିକାରୀ

Advertisment
ବର୍ଷ ବର୍ଷ ଧରି ଭୂତ ଖାଉଛନ୍ତି ପିଡିଏସ୍‌ ଚାଉଳ

jagran.com

ଫୁଲବାଣୀ: ପଞ୍ଚାୟତ ଗୋଦାମରେ ପଡି ରହିଛି ଚାଉଳ। ହେଲେ ହିତାଧିକାରୀ ୩ ମାସ ହେଲା ପାଇ ନାହାନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତର ବହୁ ହିତାଧିକାରୀଙ୍କ ପକ୍ଷରୁ ଏଭଳି ଅଭିଯୋଗ ହୋଇଛି। ପଞ୍ଚାୟତର ହିତାଧିକାରୀ ଚାଉଳ ପାଇ ନଥିବା ନେଇ  ଲୁଇସିଂର ପୂର୍ବତନ ସରପଞ୍ଚ ସୁଦର୍ଶନ କହଁର ଜିଲ୍ଲାପାଳଙ୍କୁ ଫୋନ କରିଥିଲେ। ହେଲେ ଜିଲ୍ଲାପାଳ ଫୋନ ନ ଉଠାଇବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ୍ରକୁ ଜଣାଇ ଥିବା କଥା ସେ କହିଛନ୍ତି। ମାଗଣା ଗୋଟିଏ ମାସର। ବାକି ୨ ମାସ। ଏମିତି ୩ ମାସ ହେଲା ହିତାଧିକାରୀ ଚାଉଳ ପାଇ ନାହାନ୍ତି।

ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କିଛି ବ୍ୟବସ୍ଥା କରି ନଥିବା  ସେ କହିଛନ୍ତି। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ହିତାଧିକାରୀଙ୍କୁ ନିୟମିତ ଚାଉଳ ଯୋଗାଣ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏମିତି କି କରୋନା କଟକଣା ପାଇଁ ହିତାଧିକାରୀଙ୍କ ଘରେ ନେଇ ଚାଉଳ ପହଞ୍ଚାଇବାକୁ ନିର୍ଦ୍ଦେଶ ରହିଛି। ହେଲେ ଗୋଦାମରେ ଚାଉଳ ମହଜୁଦ ଥିଲେ ବି କଣ ପାଇଁ ହିତାଧିକାରୀଙ୍କୁ ଦିଆଯାଉ ନାହିଁ ତାହା ତଦନ୍ତ ସାପେକ୍ଷ।

ବ୍ଲକ ଯୋଗାଣ ଅଧିକାରୀଙ୍କୁ ପଚାରିବାରେ ସବୁ ହିତାଧିକାରୀ ନୁହେଁ। ଯଦି କିଛି ହିତାଧିକାରୀ ପାଇ ନାହାନ୍ତି। କଣ ସମସ୍ୟା ହୋଇଛି ବୁଝିବା ପାଇଁ ୨ ଜଣ ଯୋଗାଣ ସହାୟକଙ୍କୁ ସେଠାକୁ ପଠାଯାଇଛି ବୋଲି କହିଛନ୍ତି। ଜିଲ୍ଲା ଯୋଗାଣ ଅଧିକାରୀ ଭବାନୀଶଙ୍କର ଦାସ କହନ୍ତି ହିତାଧିକାରୀ ଚାଉଳ ପାଇ ନଥିବା ଖବର ତାଙ୍କ ପାଖରେ ନାହ‌ିଁ। ଯଦି କିଛି ଅସୁବିଧା ଅଛି ତାହା ହେଲେ ତୁରନ୍ତ ହିତାଧିକାରୀଙ୍କୁ ଚାଉଳ ଯେଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe