୭ ମାସ ହେବ ପିଡିଏସ ଚାଉଳ ପାଇ ନାହାନ୍ତି ୭ ଶହ ହିତାଧିକାରୀ

Advertisment
୭ ମାସ ହେବ ପିଡିଏସ ଚାଉଳ ପାଇ ନାହାନ୍ତି ୭ ଶହ ହିତାଧିକାରୀ

moneycontrol

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଦାବରି ପଚାଂୟତର କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ହିତାଧିକାରୀ ମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ପ୍ରାୟ ୭ ଶହ ହିତାଧିକାରୀଙ୍କୁ ପିଡିଏସ ଚାଉଳ ମିଳିପାରି ନାହିଁ। ଆଧାର ଲିଙ୍କି ହୋଇପାରି ନ ଥିବାରୁ ହିତାଧିକାରୀମାନଙ୍କୁ ଚାଉଳ ବିତରଣ କରାଯାଇ ନାହିଁ।

ଏହି ଆଦିବାସୀମାନେ କେବଳ ପିଡିଏସ ଚାଉଳ ଉପରେ ନିର୍ଭର କରନ୍ତି। ବିଡମ୍ବନା ଏହା ଯେ ଆଧାର ଲିଙ୍କିଂ ହୋଇ ପାରି ନ ଥିବାରୁ ପଚାଂୟତ ତରଫରୁ ପିଡିଏସ ଚାଉଳ ଯୋଗାଣ ବନ୍ଦ କରିଦିଆଯାଇଛି। ୭ ମାସ ଧରି ହିତାଧିକାରୀମାନେ ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଅପରପକ୍ଷେ ପଞ୍ଚୟତର ଯୋଗାଣ ସହାୟକ ଆସନ୍ତା ଡିସେମ୍ବର ମାସ ଆରମ୍ଭ ନ ହେଉଣୁ ହିତାଧିକାରୀମାନଙ୍କ କାର୍ଡରେ ଚାଉଳ ପାଇ ସାରିଛନ୍ତି ବୋଲି ଲେଖିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପିଡିଏସ ଚାଉଳ ପାଇବାପାଇଁ ହିତାଧିକାରୀମାନେ ଥରେ ନୁହେଁ ଅନେକ ଥର ଆଧାରକାର୍ଡ ଲିଙ୍କ ପାଇଂ କାଗଜ ପତ୍ର ମଧ୍ୟ ଦିଆଯାଇଛି। ପିଡିଏସ ଚାଉଳ ନମିଲିବାରୁ ବାଧ୍ୟ ହୋଇ ସେମାନେ ପଞ୍ଚୟତ ସମିତି ଅଧ୍ୟକ୍ଷ ବାଲକୃଷ୍ଣ ଶବରଙ୍କ ଦ୍ଵାରସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe