କଣ୍ଟେନମେଣ୍ଟ ଜୋନରେ ସ୍ଥିତି ଶାନ୍ତ: ବଫର ଜୋନରେ ଖୋଲିଲା ଦୋକାନ ବଜାର

Advertisment
କଣ୍ଟେନମେଣ୍ଟ ଜୋନରେ ସ୍ଥିତି ଶାନ୍ତ: ବଫର ଜୋନରେ ଖୋଲିଲା ଦୋକାନ ବଜାର

ରାଉରକେଲା : ଗତକାଲି କଣ୍ଟେନମେଣ୍ଟ ଜୋନରେ ଲାଗି ରହିଥିବା ଉତ୍ତେଜନା ଆଜି ସୁଧାର ଆସିଛି l ଯେଉଁ ସ୍ଥାନରେ ଉତ୍ତେଜନା ହୋଇଥିଲା ସେଠାରେ ଭଙ୍ଗା ଯାଇଥିବା ବାରିକେଡ଼କୁ ପୁଣି ବାନ୍ଧି ଦିଆଯାଇଛି l ଅନ୍ୟାନ୍ୟ ସ୍ଥାନରେ ଭଙ୍ଗା ଯାଇଥିବା ବ୍ୟାରିକେଡ଼ ସେମିତି ପଡିଛି l ଗତକାଲି ପରି ଆଜି ଘଟଣାସ୍ଥଳରେ କାଭାଁ ପୁଲିସ ଛାଡି ଦେଲେ ଅନ୍ୟ କେଉଁ ସ୍ଥାନରେ ଆର୍ମଡ ପୁଲିସକୁ ଦେଖିବାକୁ ମିଳିନଥିଲା l ଗୁରୁତର ସବଇନ୍ସପେକ୍ଟର ଦିଲୀପ ମୁର୍ମୁ ଆଇଜିଏଚରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି l ଅନ୍ୟ ପଟେ ଏଭଳି ଘଟଣାକୁ ବିଜେପି ଦୃଢ଼ ନିନ୍ଦା କରିଛି l

publive-image

ରଘୁନାଥପାଲ୍ଲୀ ଅଂଚଳର ସମସ୍ତ ଥାନାରେ ଏକ ସମୟରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଆସନ୍ତାକାଲି ରାଉରକେଲାର କଣ୍ଟେନମେଣ୍ଟ ଜୋନରେ ହିଂସା ଘଟାଇ ଥିବା ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ପାଇଁ ଲିଖିତ ଏତଲା ଦେବ ବୋଲି ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି l ସେପଟେ ଗତକାଲି ବଫର ଜୋନ ଉଠିବା ପରେ ମାସେ ଧରି ବନ୍ଦ ଥିବା ରାଉରକେଲା ମୁଖ୍ୟ ମାର୍କେଟ ଦୋକାନ ବଜାର ଆଜିଠୁ ଖୋଲିଛି l ହାତବାନ୍ଧି ବସିଥିବା ଶହ ଶହ ବ୍ୟବସାୟୀଙ୍କ ନିଜ ନିଜ ର ବେପାର ଆରମ୍ଭ କରିଛନ୍ତି l

publive-image

କଣ୍ଟେନମେଣ୍ଟ୍ ଜୋନ୍ ମଧ୍ୟ ପ୍ରତ୍ୟାହାର କରିବାଲାଗି ଦାବିକରି ଗତକାଲି ରାତି‌ରେ ସ୍ଥାନୀୟ ବାସିନ୍ଦା ପୁଲିସ ବ୍ୟାରିକେଟ୍ ଭଙ୍ଗାରୁଜା କରିଥିଲେ। ପ୍ରାୟ ୨ଟାରେ ପ୍ଲାଣ୍ଟସାଇ୍‌ଟ୍‌ ଥାନା ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଲୋକେ ନିଜ ନିଜ ଘରକୁ ଫେରି ଯାଇଥିଲେ। କିନ୍ତୁ ଗତକାଲି ସକାଳ ପ୍ରାୟ ୮ଟାରୁ ସେମାନେ ପୁଣି କଣ୍ଟେନମେଣ୍ଟ ଜୋନ୍‌ ଉଠାଇବାକୁ ଦାବି କରି ପାଟିତୁଣ୍ଡ କରିଥିଲେ। ଏହାକୁ କେନ୍ଦ୍ର କରି ପୁଲିସ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଉତ୍ତେଜିତ ସ୍ଥାନୀୟ ବାସିନ୍ଦା କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ଥିବା ସବୁ ବ୍ୟାରିକେଡ୍‌କୁ ଉପାଡି ଫିଙ୍ଗି ଦେଇଥିଲେ। ଶତାଧିକ ସ୍ଥାନୀୟ ବାସିନ୍ଦା ପୁଲିସ ଟେଣ୍ଟ ସହ ସେଠାରେ ଥିବା ଚେୟାର, ଟେବୁଲ ଓ ଫ୍ୟାନଗୁଡ଼ିକୁ ଭାଙ୍ଗି ରାସ୍ତାରେ ଫିଙ୍ଗି ଦେଇଥିଲେ। ଏତିକିରେ ସେମାନଙ୍କ ରାଗ ଶାନ୍ତ ପଡି ନଥିଲା। ଉତ୍ତେଜିତ ସ୍ଥାନୀୟ ବାସିନ୍ଦା ତା’ପରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ସାତତାଲା ଗେଟ୍‌ ସମ୍ମୁଖରେ ଥିବା ବ୍ୟାରିକେଡକୁ ଜଳାପୋଡା କରିବା ସହ ପ୍ରଶାସନ ବିରୋଧରେ ନାରା ଦେଇଥିଲେ। ତେବେ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଗଣ୍ଡଗୋଳ ନ କରିବାକୁ ପୁଲିସ ସେମାନଙ୍କୁ ବୁଝାଇବାଲାଗି ଉଦ୍ୟମ କରିଥିଲା। କିନ୍ତୁ ଉତ୍ତେଜିତ ସ୍ଥାନୀୟ ବାସିନ୍ଦା ଓଲଟା ପୁଲିସ ଉପରକୁ ଟେକାପଥର ମାଡ ଆରମ୍ଭ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe