ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପିଅନଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ

ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ଫ୍ୟାନରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

Outlook India

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ପିଅନଙ୍କ ଆଜି ଏକ ଶୁଖିଲା ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଛି। ମୃତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି ନା ଏହା ଏକ ଆତ୍ମହତ୍ୟା ଏହାର କାରଣ ଜଣାପଡ଼ି ନାହିଁ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କାପସରା ଓ କୁଟ୍ରୁଖମାର ନିକଟସ୍ଥ ଦୟାନିଧି ଛକ ନିକଟରେ ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ପାଖରେ ଏକ ଶୁଖିଲା ଗଛରେ କେସିଙ୍ଗା ବ୍ଲକ ଦେଣ୍ଡୋଗୁଡା ଗାଁର ତନୁ ରଞ୍ଜନ ପୋଢ (୫୦)ଙ୍କ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ସେହି ରାସ୍ତା ଦେଇ ଯାଉଥିବା ଲୋକେ ଏକ ରଶି ଦ୍ଵାରା ତନୁ ରଞ୍ଜନଙ୍କ ମୃତଦେହ ଓହଳି ରହିଥିବା ଦେଖିଥିଲେ। ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ପରିବାର ଲୋକେ କହିଛନ୍ତି, ତନୁ ରଞ୍ଜନ ପୋଢ଼ ଧର୍ମଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ଥିବାବେଳେ ଗତ ଶୁକ୍ରବାର ଠାରୁ ନିଖୋଜ ଥିଲେ। ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା କାରଣ ସ୍ପଷ୍ଟ ହୋଇନଥିବା ବେଳେ ଭବାନୀପାଟଣା ସଦର ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe