Advertisment

ମଣ୍ଡିରେ ପଡିରହିଛି ଶହଶହ ବସ୍ତା ଧାନ; ଟୋକନ ବାତିଲ, ଚିନ୍ତାରେ ଚାଷୀ

Advertisment
ମଣ୍ଡିରେ ପଡିରହିଛି ଶହଶହ ବସ୍ତା ଧାନ; ଟୋକନ ବାତିଲ, ଚିନ୍ତାରେ ଚାଷୀ

Sambad

ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ସେବା ସମବାୟ ସମିତି ଅନ୍ତର୍ଗତ ଖୁଣ୍ଟବନ୍ଧ ଆରଏମସି ଠାରେ ଦୀର୍ଘ ଦିନ ହେବ ଚାଷୀଙ୍କ ଶହ ଶହ ବସ୍ତା ଧାନ ପଡି ରହିଛି। ୧ ଓ ୨ ତାରିଖର କିଛି ଧାନ ସମବାୟ ସମିତି ପକ୍ଷରୁ କିଣା ଯାଇଥିବା ବେଳେ ଆଉ ୯ ଜଣଙ୍କ ଚାଷୀ ଧାନ ବିକ୍ରି କରି ପାରିନଥିବା ଅଭିଯୋଗ କରିଛନ୍ତି। ଏପରିକି ୯ ଜଣ ଚାଷୀଙ୍କ ଟୋକନ ବାତିଲ ହୋଇଥିବା ଯୋଗୁଁ ସେମାନେ ମଣ୍ଡିରେ ଦୀର୍ଘ ଦିନ ୧୨ ରୁ ୧୫ ଦିନ ଧାନ ଚାଷୀ ପଡି ରହିଛନ୍ତି।

ଚାଷୀଙ୍କ ଧାନ କିଣିବା ପାଇଁ ବୌଦ୍ଧର ମା ଶେରକ୍ଷବାଲି, ପାହାଡବାଲି, ଗୋପୀନାଥ ଓ ରାଣୀସତୀ ମିଲ ମାନଙ୍କ ସହ ରାଜିନାମା ହୋଇଥିଲା। ମିଲର୍ସଙ୍କ ମନାମାନୀ ଯୋଗୁଁ ଧାନ ଉଠିପରି ନଥିବା ଫଳରେ ଚାଷୀମାନେ ରାତିସାରା ଉଜାଗର ରହି ସୁଦ୍ଧା ଧାନ ବିକ୍ରି ହୋଇନଥିବା ଯୋଗୁଁ ସେମାନେ ଚିନ୍ତାରେ ପଡିଛନ୍ତି। ଏପରିକି ଜଗନ୍ନାଥପୁର ଗ୍ରାମର ଚାଷୀ ଏକାଦଶୀ ପ୍ରଧାନଙ୍କ ୬୦, ବୈଶାଖୁ ପ୍ରଧାନଙ୍କ ୧୩, ଜଗତି ଗ୍ରାମର ରମାକାନ୍ତ ବିଶ୍ୱାଳଙ୍କ ୬୪, ଚିତ୍ତରଞ୍ଜନ ପୃଷ୍ଟିଙ୍କ ୪୦, ଶମ୍ଭୁ କଳତାଙ୍କ ୮୦, ଚନ୍ଦ୍ରପୁର ଗ୍ରାମର ମନରଞ୍ଜନ ମହାକୁଡ଼ଙ୍କ ୫୦, ନବୀନ କର୍ଣ୍ଣଙ୍କ ୧୦୫, ଗଣେଶ ବେହେରାଙ୍କ ୩୭, ଝକ୍ଷଣ୍ଟୁ ଜେନାଙ୍କ ୭୦ ଧାନର ଟୋକନ ବାତିଲ ହୋଇଥିବା ଯୋଗୁଁ ଚାଷୀ ଧାନ ବିକିବାରେ ବଞ୍ଚିତ ହୋଇଛନ୍ତି। ଜୋରଯାର ମୂଳକ ତାର ନୀତିରେ ଧାନ କିଣା ଚାଲିଥିବା ବେଳେ ବେପାରୀ ମାନଙ୍କ ରାଜ ଚାଲିଥିବା ଓ ବଡ ବଡ଼ିଆଙ୍କ ଧାନ ସିଧାସଳଖ ମିଲକୁ ଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଆଉ କେତେକ ଚାଷୀଙ୍କ ଟୋକନ ବାତିଲ ହୋଇଥିବା ଯୋଗୁଁ ଧାର କରଜକରି ଚାଷ କରିଥିବାରୁ ସେମାନେ ମଣ୍ଡିରୁ ଧାନ ଉଠାଇ ନେଇ ମିଲର୍ସଙ୍କ ଜରିଆରେ ୧୨୦୦ ଟଙ୍କାରୁ ୧୪୦୦ ଟଙ୍କାରେ ବିକ୍ରି କରିଦେଇଛନ୍ତି। ଏନେଇ ଖୁଣ୍ଟବନ୍ଧ ସେବା ସମବାୟ ସମିତିର ସମ୍ପାଦକ ଦେବାଶିଷ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଚାଷୀ ମଣ୍ଡିକୁ ଧାନ ଆଣିବାରେ ବିଳମ୍ବ କରିଥିବାରୁ ତାଙ୍କ ଟୋକାନ ଗୁଡିକ ବାତିଲ ହୋଉଯାଇଛି। ଯେଉଁ ଚାଷୀ ମାନଙ୍କ ଟୋକନ ବାତିଲ ହୋଇଛି ସେମାନେ ଅନ୍ୟ ଚାଷୀଙ୍କ ଟୋକନରେ କିଛି ପରିମାଣର ଧାନ ବିକ୍ରି କରିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe