Advertisment

ସର୍ଟସର୍କିଟ ଯୋଗୁଁ ଟ୍ରାକ୍ଟର ଓ ହାରଭେଷ୍ଟର୍‌ ଜଳିଗଲା

Advertisment
ସର୍ଟସର୍କିଟ ଯୋଗୁଁ ଟ୍ରାକ୍ଟର ଓ ହାରଭେଷ୍ଟର୍‌ ଜଳିଗଲା

Sambad

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ସମଲପୁର ଗ୍ରାମରେ ଟ୍ରାକ୍ଟର ଡାଲାରେ ହାରଭେଷ୍ଟର୍‌ ରଖି ଧାନ ଅମଳ କରୁଥିବା ସମୟରେ ସର୍ଟସର୍କିଟ ଯୋଗୁ ଟ୍ରାକ୍ଟରରେ ନିଆଁ ଲାଗି ଆଖପାଖରେ ଥିବା ବହୁ ଚାଷୀଙ୍କର ଧାନଖରୀ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ପ୍ରାପ୍ତ ସୂଚନା ମତେ ସମଲପୁର ଗ୍ରାମର କୁଶ ମହାକୁଡ଼ ନାମକ ଜଣେ ଚାଷୀ ଆଜି ଛତ୍ରଙ୍ଗରୁ ଗୋଟିଏ ଟ୍ରାକ୍ଟର ଓ ହାରଭେଷ୍ଟର୍‌ ଭଡାରେ ଆଣି ନିଜ ବିଲରେ ଧାନ ଅମଳ କରୁଥିଲେ। ମାତ୍ର ଦୁର୍ଯୋଗକୁ ଅପରାହ୍ନ ୩ଟା ସମୟରେ ହଠାତ ସର୍ଟସର୍କିଟ ଘଟି ପ୍ରଥମେ ଟ୍ରାକ୍ଟରରେ ନିଆଁ ଲାଗିଯାଇଥିଲା। ଆଖପାଖରେ ପାଣି ନଥିବାରୁ ଲୋକେ ନିଆଁକୁ ଆୟତ୍ତ କରିବାକୁ ଅକ୍ଷମ ହୋଇଥିଲେ। ଚାହୁଁଚାହୁଁ ତାଙ୍କର ସମ୍ପୂର୍ଣ୍ଣ ଧାନଖରୀରେ ନିଆଁ ଲାଗିବା ସହ ପବନରେ ନିଆଁ ଝୁଲା ଉଡି ଆଖପାଖରେ ଥିବା ବହୁ ଚାଷୀଙ୍କର ସମସ୍ତ ଧାନଖରୀ ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।

publive-image Sambad

ଚାଷୀ ମାନଙ୍କର କଷ୍ଟ ଅର୍ଜିତ ବର୍ଷକର ଖାଦ୍ୟ ନଷ୍ଟ ହୋଇଯାଇଥିବା ଘଟଣାରେ ସେମାନେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିବା ଦେଖାଯାଇଛି। ଅନ୍ୟପଟେ ଟ୍ରାକ୍ଟର ଓ ଧାନ ଅମଳ ମେସିନ ସମ୍ପୂର୍ଣ୍ଣ ପୋଡି ଛାରଖାର ହୋଇଯାଇଛି।  ତେବେ ସ୍ଥାନୀୟ ଲୋକେ ଚାରିଛକ ଅଗ୍ନିଶମ ବିଭାଗକୁ ଖବର ଦେଇଥିବା  ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ବିଳମ୍ବ ହେବାରୁ ଅନେକ ଚାଷୀ ଏବେ ସର୍ବଶାନ୍ତ ହୋଇ ଯାଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ସମୟରେ ରାଣୀପଥର ଅଞ୍ଚଳର ଗୋଟିଏ କୂଅରେ ଛେଳିଟିଏ ପଡିଯାଇଥିବା ସୂଚନା ପାଇ ତାକୁ ଉଦ୍ଧାର ପାଇଁ ଥିବାରୁ ୬୦ କିମି ଦୂର ବୌଦ୍ଧରୁ ଅଗ୍ନିଶମ ବାହିନୀ ସୁରୁଣ୍ଡିକୁ ଯିବାରେ ଟିକେ ବିଳମ୍ବ ହୋଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe