ଜିଲ୍ଲାସ୍ତରୀୟ ରବି ଋତୁ ଧାନ ଓ ଅଣଧାନ ସଂଗ୍ରହ କମିଟି ବୈଠକ

Advertisment

ମଇ ୨୪ରୁ ଆରମ୍ଭ ହେବ ରବିଧାନ ସଂଗ୍ରହ, ୪୬୯୭ ଟନ୍ ମୁଗ, ବିରି, ଚିନାବାଦାମ ଓ ୧୨ଶହ କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ

ମଇ ୨୪ରୁ ଆରମ୍ଭ ହେବ ରବିଧାନ ସଂଗ୍ରହ, ୪୬୯୭ ଟନ୍ ମୁଗ, ବିରି, ଚିନାବାଦାମ ଓ ୧୨ଶହ କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ

ଜିଲ୍ଲାସ୍ତରୀୟ ରବି ଋତୁ ଧାନ ଓ ଅଣଧାନ ସଂଗ୍ରହ କମିଟି ବୈଠକ

Sambad

ଖୋର୍ଦ୍ଧା: ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ ଓ ଅଣଧାନ ସଂଗ୍ରହ ନିମନ୍ତେ ଏକ ସମୀକ୍ଷା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀ, ଯୋଗାଣ ଅଧିକାରୀ ସୁଗୁଡ଼ା ମୁର୍ମୁ ଓ ଅନ୍ୟଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ଅଣଧାନ ସଂଗ୍ରହ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀମୁର୍ମୁୁ ରବିଧାନ ସଂଗ୍ରହ ସମ୍ପର୍କରେ ତଥ୍ୟ ରଖିଥିଲେ। ବୈଠକରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ମଇ ୨୪ ତାରିଖରୁ ଜିଲ୍ଲାରେ ରବି ଧାନ ସଂଗ୍ରହ ଆରମ୍ଭ ହେବ। ଏଥିରେ ୨୦ଟି ପ୍ରାଥମିକ କୃଷି ସମବାୟ ସମିତି ଅଂଶଗ୍ରହଣ କରିବେ।

publive-image Sambad

ପ୍ରଥମ ପର୍ଯ୍ୟାୟରେ ମିଲରଙ୍କ ଦ୍ୱାରା ପ୍ରତ୍ୟେକ ଦିନ ୧୨ଶହ କ୍ୱିଣ୍ଟାଲ ଧାନ କ୍ରୟ କରାଯିବ। ସେହିଭଳି ଅଣଧାନ ସଂଗ୍ରହ ସମ୍ପର୍କରେ ମିଳିଥିବା ସୂଚନାରେ, ଚଳିତ ବର୍ଷ ଜିଲ୍ଲାରେ ୩୪୭୮୫ ହେକ୍ଟର ମୁଗ, ୮୭୩୪ ହେକ୍ଟର ଜମିରେ ବିରି ଓ ୭୬୧ ହେକ୍ଟର ଜମିରେ ଚିନାବାଦାମ ଚାଷ କରାଯାଇଛି। ମାର୍କଫେଡ୍ ଦ୍ୱାରା ଜିଲ୍ଲାର ପ୍ରମୁଖ ତିନିଟି ବ୍ଲକ- ବାଲିଅନ୍ତ ଓ ବାଲିପାଟଣାରେ (ମୁଗ), ବାଣପୁର( ମୁଗ, ବିରି ଓ ଚିନାବାଦାମ)ର ସେବା ସମବାୟ ସମିତି ଗୁଡ଼ିକ ଦ୍ୱାରା ଏହି ଫସଲ ସଂଗ୍ରହ କରାଯିବ। ଏଥିପାଇଁ ବାଲିଅନ୍ତା ବ୍ଲକର କାକରୁଦ୍ରପୁର ସେବା ସମବାୟ ସମିତି, ବାଲିପାଟଣାର ଗାରେଡିପାଞ୍ଚଣ, ନରୋଦା, ତୁରିନତିରା, ନିଶ୍ଚିନ୍ତପୁର ଓ ବାଣପୁର ବ୍ଲକର ଗମ୍ଭାରୀମୁଣ୍ଡା, ଭେଟେଶ୍ୱର, ନରେନ୍ଦ୍ରପୁର, ନନ୍ଦପୁର, ତୁମୁରାପୁଟ ସେବା ସମବାୟ ସମିତି ଏହି ଅଣଧାନ ଫସଲ ସଂଗ୍ରହରେ ସମ୍ପୃକ୍ତ ଅଛନ୍ତି। ଏହି ତିନିଟି ବ୍ଲକରୁ ମୁଗ ୨୧୩୭ ଟନ୍, ବିରି ୨୫୦୦ଟନ୍ ଓ ଚିନାବାଦାମ୍ ୬୦ ଟନ୍ ସଂଗ୍ରହ କରାଯିବ। ମୁଗ ପାଇଁ ୭୭୫୫ ଟଙ୍କା ପ୍ରତି କ୍ୱିଣ୍ଟାଲ, ବିରି ପାଇଁ ୬୬୦୦ ଟଙ୍କା ଓ ଚିନାବାଦାମ ପାଇଁ ୫୮୫୦ଟଙ୍କା ଦର ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଚାଷୀମାନେ ସମବାୟ ସମିତି ଓଡ଼ିଶା ଓ ଇ-ସମ୍ପୃଦ୍ଧି ପୋର୍ଟାଲରେ ନାମ ପଞ୍ଜୀକରଣ କରି ପାରିବେ ବୋଲି କୃଷି ଅଧିକାରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe