ଗଞ୍ଜାମ: ଚାଉଳ ଓ ଧାନର ମାନ ନିରୂପଣ କରୁଛନ୍ତି ୯ ଟିମ୍

Advertisment

ଗଞ୍ଜାମର ୩୭୫ ମିଲର୍ ଫେରାଇଛନ୍ତି ୫୫ ପ୍ରତିଶତ ଚାଉଳ

ଗଞ୍ଜାମର ୩୭୫ ମିଲର୍ ଫେରାଇଛନ୍ତି ୫୫ ପ୍ରତିଶତ ଚାଉଳ

ଗଞ୍ଜାମ: ଚାଉଳ ଓ ଧାନର ମାନ ନିରୂପଣ କରୁଛନ୍ତି ୯ ଟିମ୍

Sambad

ଛତ୍ରପୁର: ଏଫସିଆଇ (ଖାଦ୍ୟ ନିଗମ) ବିଭାଗର ୯ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାର ସମସ୍ତ ମିଲ୍ ଗୁଡିକୁ ଗସ୍ତ କରି ଚାଉଳ ଓ ଧାନର ମାନ ନିରୂପଣ କରୁଛନ୍ତି। ମିଲର୍ ମାନେ କେତେ ଧାନ ନେଇଛନ୍ତି ସେହି ବାବଦେରେ କେତେ ଚାଉଳ ପୈଠ କରିବେ। ସରକାରଙ୍କୁ ଦେବାକୁ ଥିବା ଚାଉଳ ଏବଂ ମିଲ୍ରେ ଥିବା ଧାନର ମାନକୁ ଏହି ପ୍ରତିନିଧି ଯାଞ୍ଚ କରୁଛନ୍ତି ବ୍ରହ୍ମପୁର ଓ ସାନଖେମୁଣ୍ଡିର ୩୮ ମିଲକୁ ଯାଞ୍ଚ କରିବା ଲାଗି ଏଫ୍ସିଆଇ(ବ୍ରହ୍ମପୁର) ମ୍ୟାନେଜର ଆର୍.କେ.ପ୍ରଧାନ ଓ ପ୍ରିୟଭତ୍ରା ମାଲିଆ(ଏଜି-ବୈଷୟିକ)। ସୋରଡା ଓ ଧରାକୋଟର ୩୪ ମିଲ୍ ପାଇଁ ମ୍ୟାନଜର ଦେବରାଜ ନାୟକ ଓ ଦେବିପ୍ରସାଦ ସାମଲ(ଏଜି-ସାଧାରଣ), ହିଞ୍ଜିଳିକାଟୁ ଓ ଶେରଗଡର ୪୪ ମିଲ୍ ପାଇଁ ମା୍ୟନଜର କାଳନ୍ଦୀ ଚରଣ ବେହେରା ଓ ସୁଜିତ୍ ରାଉତ(ଟି.ଏ.ଜିଆର-୧), ଚିକିଟି, ପାତ୍ରପୁର ଓ ରଙ୍ଗେଇଲୁଣ୍ଡାର ୪୦ ମିଲ୍ ପାଇଁ ମ୍ୟାନଜର ଏସ୍.କେ.ପାଣିଗ୍ରାହୀ ଓ ଏସ୍.ଆର୍.ମହାପାତ୍ର(ଏଜି-ବୈଷୟିକ), ଦିଗପହଣ୍ଡି ଓ କୁକୁଡାଖଣ୍ଡିର ୩୭ ମିଲ୍ ପାଇଁ ମ୍ୟାନଜର ପ୍ରତିମା ମିଞ୍ଜ୍ ଓ ହିମାବିନ୍ଦୁ ମାମିଦାଦା (ଟିଏଜିଆର୍-୨), ପୁରୁଷୋତ୍ତମପୁର, ପୋଲସରା ଓ ବୁଗୁଡାର ୪୬ ମିଲ୍ ପାଇଁ ମ୍ୟାନଜର ଏସ୍.ଏନ୍.ପାତ୍ର ଓ ଏଲ୍.ରେଣୁକେଶ୍ୱର ରାଓ(ଏଜି-୩), ଆସିକା ଓ କବିସୂର୍ଯ୍ୟନଗରର ୪୭ ମିଲ୍ ପାଇଁ ମ୍ୟାନଜର ତୃପ୍ତି ରାଉତ ଓ ଗିତାଞ୍ଜଳୀ ମିଶ୍ର(ଟି.ଏ.ଜିଆର୍-୧), ଖଲ୍ଲିକୋଟ, ବେଗୁନିଆପଡା ଓ ଛତ୍ରପୁରର ୪୨ ମିଲ୍ ପାଇଁ ମ୍ୟାନଜର ଏମ୍.କେ.ତ୍ରିପାଠୀ ଓ ୱାଇ.ପ୍ରଶାନ୍ତି(ଟି.ଏ.ଜିଆର୍-୩), ଭଞ୍ଜନଗର, ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦର ୪୧ ମିଲ୍ ପାଇଁ ମ୍ୟାନଜର ରାମରମଣ ମେହର ଓ ଆଶିଷ ଶିବାନୀ ଶଙ୍କର ଜେନା (ଏଜି-୩) ପ୍ରମୁଖ ମିଲ୍ ଗୁଡିକୁ ଗସ୍ତ କରି ଚାଉଳ ଓ ଧାନର ମାନ ନିରୂପଣ କରୁଛନ୍ତି।

ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲା ଯୋଗାଣ ବିଭାଗକୁ ମିଲର୍ଙ୍କ ପକ୍ଷରୁ ଆଜି ସୁଦ୍ଧା ୫୫ ପ୍ରତିଶତ ଚାଉଳ ପୈଠ କରାଯାଇଛି। ବଳକା ୪୫ ପ୍ରତିଶତ ଚାଉଳ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପୈଠ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି। ଗଞ୍ଜାମ ଜିଲ୍ଲାକୁ ୨୯ ଲକ୍ଷ ୮୯ ହଜାର ୬୩ କ୍ୱିଣ୍ଟାଲ୍ ଚାଉଳ ଦେବା ଲାଗି ଜିଲ୍ଲାର ୩୭୫ ମିଲର୍ ଚୁକ୍ତିନାମା କରିଛନ୍ତି। ଆଜି ସୁଦ୍ଧା ୧୬ ଲକ୍ଷ ୩୯ ହଜାର ୩୭୧ କ୍ୱିଣ୍ଟାଲ ଚାଉଳ ମିଲର୍‌ ମାନେ ଯୋଗାଣ ବିଭାଗକୁ ପୈଠ କରି ସାରିଛନ୍ତି। ବଳକା ଚାଉଳ ଆଶନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପୈଠ କରିବା ପାଇଁ ସମସ୍ତ ମିଲର୍‌ଙ୍କଚ ନିର୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଉମାଶଙ୍କର ପତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe