ନଳିନୀ ଛତ୍ରିଆ ହତ୍ୟା ଘଟଣା: ନ୍ୟାୟ ଦାବିରେ ଏସ୍‌ପି ଅଫିସ୍ ସମ୍ମୁଖରେ ବିକ୍ଷୋଭ

Advertisment
ନଳିନୀ ଛତ୍ରିଆ ହତ୍ୟା ଘଟଣା: ନ୍ୟାୟ ଦାବିରେ ଏସ୍‌ପି ଅଫିସ୍ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗୀର: ସଇନ୍ତଲା ବ୍ଲକ ତୁଷ୍ଟାପାଲି ଗ୍ରାମର ନଳିନୀ ଛତ୍ରିଆଙ୍କ ହତ୍ୟା ଘଟଣାରେ ପୁଲିସର ଉଦାସୀନ ଓ ଅବହେଳା ଅଭିଯୋଗ ହୋଇଛି। ଘଟଣାର ୨୨ ଦିନ ପରେ ମଧ୍ୟ ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଥିବା ଅଭିଯୋଗ ନେଇ ଏଆଇଡିଏସ୍‌ଓ, ଏଆଇଡିୱାଇଓ ଏବଂ ଏଆଇଏମ୍‌ଏସ୍‌ଏସ୍ ଜିଲ୍ଲା ଶାଖା ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ସଇଁନ୍ତଲା ଓ ଟିଟିଲାଗଡ଼ ପୁଲିସ୍‌ ତଦନ୍ତରେ ଶିଥିଳତା ଅବଲମ୍ବନ କରୁଥିବା ଅଭିଯୋଗ କରାଯାଇଛି। ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବିପତ୍ର ଦିଆଯାଇଛି। ବିକ୍ଷୋଭ ସମାବେଶରେ ଏଆଇଡିଏସ୍‌ଓ ଜିଲ୍ଲା ସଂପାଦକ ମଧୁସୂଦନ ବାଗ, ରାଜ୍ୟ ଉପସଭାପତି ସୁନୀଲ ଭୋଇ, ଏଆଇଡିୱାଇଓ ଜିଲ୍ଲା ସଂପାଦକ ତାପସ ବେହେରା, ଏଆଇଏମ୍‌ଏସ୍‌ଏସ୍ ଜିଲ୍ଲା ଉପସଭାପତି ବିଜୟ ନାଗ, ରିଙ୍କି ପ୍ରଧାନ, ଗୌରୀ ରାଉତ, ମହାଦେବ ଛତ୍ରିଆ, ନମିସା ଛତ୍ରିଆ, ସିନ୍ଦୁ ବନଗୁଲାଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe