ନବବଧୂଙ୍କୁ ପୋଡ଼ି ମରିବା ଘଟଣା: ପରିବାର ଲୋକେ ମାଲକାନଗିରି ଏସପିଙ୍କ ଦ୍ବାରସ୍ଥ ହେଲେ

Advertisment
ନବବଧୂଙ୍କୁ ପୋଡ଼ି ମରିବା ଘଟଣା: ପରିବାର ଲୋକେ ମାଲକାନଗିରି ଏସପିଙ୍କ ଦ୍ବାରସ୍ଥ ହେଲେ

ମାଲକାନଗିରି: କୋରାପୁଟ ଜିଲ୍ଲାର ପାଡୁଆ ଥାନା ଅନ୍ତର୍ଗତ ପୂଜାରୀଗୁଡ଼ା ଗ୍ରାମରେ ମାଲକାନଗିରି ଜିଲ୍ଲାର ଏମଭି-୧୦ ଗ୍ରାମର ଗଗନ ମଣ୍ଡଳଙ୍କ ଝିଅ ବାହା ହେବାର ମାସକ ପରେ ଯୌତୁକ ନିର୍ଯାତନା ଦେଇଆସୁଥିଲେ। ପରେ ଚଳିତ ମାସ ୧୩ ତାରିଖରେ ପୋଡ଼ି ମାରିଦେଇଥିବା ନେଇ ଆଜି ପରିବାର ଲୋକେ ମାଲକାନଗିରି ଏସପି ନିତୀଶ ଵାଧଵାନିଙ୍କ ନିକଟରେ ଫେରାଦ ହୋଇଥିଲେ।

ଘଟଣା ଅନୁଯାୟୀ ଗତ ମାର୍ଚ୍ଚ ୧୨ ତାରିଖରେ ପାଡୁଆ ଥାନା ଅନ୍ତର୍ଗତ ପୂଜାରିଗୁଡା ଗ୍ରାମର ବିମଲ ସିଂଙ୍କ ପୁଅ ପ୍ରଭାସ ସିଂକୁ ବୈଦିକ ରୀତିରେ ବିବାହ କରିଥିଲେ। କିନ୍ତୁ ବିବାହର କିଛି ଦିନ ଯିବା ପରେ ଆରମ୍ଭ ହୋଇଥିବା ଯୌତୁକ ନିର୍ଯାତନା। ଏପରିକି ଝିଅର ବାପା ଗଗନଙ୍କୁ ପ୍ରଭାସର ବାପା ଓ ଅନ୍ୟମାନେ ଗାଡି ଓ ସୁନା ଚେନ ଦେଇନଥିବା ନେଇ ବାରମ୍ବାର ଫୋନ ଯୋଗେ ଡରାଉଥିଲେ। ଗଗନ ମଣ୍ଡଳ ମୁଁ ଗରିବ ଲୋକ କେଉଁଠାରୁ ଏତେ ଜିନିଷ ଆଣିବି ବୋଲି ନେହୁରା ହୋଇ କହିଥିଲେ ମଧ୍ୟ ସେମାନେ ଝିଅକୁ ନିର୍ଯାତନା ଦେଇ ଆସୁଥିଲେ।

ତେବେ ଝିଅକୁ ତୁମେ ନେଇଯାଅ ବୋଲି କହିବା ପରେ ତାକୁ ନିଆଁରେ ପୋଡି ମାରିଦେଇଥିବା ନେଇ ବାପା ଗଗନ ପାଡୁଆ ଥାନାରେ ଏତଲା ଦେଇଥିବା କହିଛନ୍ତି। ତେବେ ତାଂକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ପୁଣି ପରିବାର ଲୋକେ ମାଲକାନଗିରି ଏସପିଙ୍କ ନିକଟରେ ଫେରାଦ ହୋଇଥିଲେ। ଏସପି ନୀତିଶ ବାଧୱାନି ଏ ସଂପର୍କରେ ସେ ବୁଝିବା ସହ ତଦନ୍ତ ଚାଲିଥିବା କହିବା ସହ ନିଶ୍ଚିତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe