ନରସିଂହପୁରରେ ଜନଶୁଣାଣି ଶିବିର, ଆସିଲେନି ଜିଲ୍ଲାପାଳ, ଲୋକ ନିରାଶ

Advertisment

୨୧୮ ଅଭିଯୋଗର ସମାଧାନ, ୯ଜଣ ଭିନ୍ନକ୍ଷମଙ୍କୁ ମିଳିଲା ହ୍ବିଲ୍‌ ଚେୟାର୍‌, ରେଡ୍‌କ୍ରସ୍‌ ପାଣ୍ଠିରୁ ୭ଜଣଙ୍କୁ ୨୭ ହଜାର ଟଙ୍କା ସହାୟତା

୨୧୮ ଅଭିଯୋଗର ସମାଧାନ, ୯ଜଣ ଭିନ୍ନକ୍ଷମଙ୍କୁ ମିଳିଲା ହ୍ବିଲ୍‌ ଚେୟାର୍‌, ରେଡ୍‌କ୍ରସ୍‌ ପାଣ୍ଠିରୁ ୭ଜଣଙ୍କୁ ୨୭ ହଜାର ଟଙ୍କା ସହାୟତା

ନରସିଂହପୁରରେ ଜନଶୁଣାଣି ଶିବିର, ଆସିଲେନି ଜିଲ୍ଲାପାଳ, ଲୋକ ନିରାଶ

Sambad

ନରସିଂହପୁର: ନରସିଂହପୁରସ୍ଥିତ ପର୍ଯ୍ୟଟନ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଶିବିରରେ କଟକ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, କଟକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର, ସିଡିଏମ୍‌ଓ ସତ୍ୟବ୍ରତ ଛୋଟରାୟ, ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଶୋକ କୁମାର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୁପମା ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିମା ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି, ବିଡିଓ ପ୍ରଦୀପ କୁମାର ସାହୁ, ତହସିଲଦାର ଆଲୋକ କୁମାର ଦେହୁରୀ ପ୍ରମୁଖ ଯୋଗଦେଇ ୨୧୮ଟି ଅଭିଯୋଗର ଆଶୁ ସମାଧାନ କରିଥିଲେ। ତେବେ ଶିବିରରେ ଜିଲ୍ଲାପାଳ ଯୋଗ ନ ଦେବାରୁ ବହୁ ଲୋକ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଥିଲା।
ଜନଶୁଣାଣି ଶିବିରରେ ଜମିଜମା, ମନରେଗା, ରଣସିଂହପୁରରେ ନୂତନ ଗ୍ରାମ ପ୍ରତିଷ୍ଠା, ନଳକୂପ ଖନନ, ଧାନମଣ୍ଡି, ଚମ୍ପେଶ୍ୱରରେ ଗୋରୁହାଟ ଖୋଲିବା ଆଦି ୮ଟି ସାମୂହିକ ଅଭିଯୋଗ ଏବଂ ୧୦ଟି ବ୍ୟକ୍ତିଗତ ଅଭିଯୋଗ ଦାଖଲ କରାଯାଇଥିଲା। ସେହିପରି ଦେବଭୂଇଁ ପଞ୍ଚାୟତରେ ଲିଲି ସାହୁ ସରପଞ୍ଚ ପଦରେ ଥିଲେ ମଧ୍ୟ ଓଡ଼ିଶା ଜୀବିକା ମିସନ ଅଧୀନରେ ସିଆର୍‌ପି ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ କରାଯାଇଥିଲା।

ଏହି ଅବସରରେ ୯ ଜଣ ଭିନ୍ନକ୍ଷମଙ୍କୁ ହ୍ବିଲ୍‌ ଚେୟାର୍‌, ୭ଜଣ ଅସହାୟଙ୍କୁ ୩ ହଜାର ଟଙ୍କା ଲେଖାଏ ଜିଲ୍ଲା ରେଡ୍‌କ୍ରସ୍‌ ପାଣ୍ଠିରୁ ୨୭ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହାଛଡ଼ା ଜନଶୁଣାଣି ଶିବିରରେ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨ଟି ଓ ବିଭିନ୍ନ ଭତ୍ତା ପାଇଁ ୭୧ଜଣ ଓ ବିଭିନ୍ନ ବିଭାଗ ସମ୍ପର୍କରେ ୧୩୦ଜଣ ଅଭିଯୋଗ କରିଥିବା ଜଣାପଡ଼ିଛି। ବ୍ଲକ୍‌ ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେରା, ଅକାଉଣ୍ଟାଣ୍ଟ ଦେବେନ୍ଦ୍ର କୁମାର ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଜ୍ୟୋତିରଞ୍ଜନ ସାହୁ, କନିଷ୍ଠ କିରାଣି ଆୟୁଷୀ ଦଳେଇ, ଖାଦ୍ୟ ସୁରକ୍ଷା ଯୋଜନା ଅଧିକାରୀ ରମେଶଚନ୍ଦ୍ର ତରାଇ, ପାନୀୟଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସୁଜୟ କୁମାର ରଣା, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ରାଜକିଶୋର ମୁଦୁଲି, ଓଡ଼ିଶା ଜୀବିକା ମିସନ୍‌ ଓଏଲ୍‌ଏମ୍‌ ମହେନ୍ଦ୍ର କୁମାର କୁଣ୍ଡୁଙ୍କ ସମେତ ସମସ୍ତ ପଞ୍ଚାୟତର ଅଧିକାରୀ ଓ ବ୍ଲକ୍‌ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଅପରପକ୍ଷରେ ନରସିଂହପୁର ବ୍ଲକ୍‌ର ୩୭ଟି ପଞ୍ଚାୟତରୁ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଲୋକମାନେ ପାହାଡ଼ ପର୍ବତ ଅତିକ୍ରମ କରି ଆଜିର ଶିବିରକୁ ଆସିଥିଲେ। ହେଲେ, ଜିଲ୍ଲାପାଳ ଆସି ନ ଥିବା ଜଣାପଡ଼ିବା ପରେ ଅଭିଯୋଗକାରୀମାନେ କ୍ଷୋଭ ପ୍ରକାଶ କରିଥିଲେ। ଗ୍ରୀଷ୍ମ ପ୍ରକୋପରେ ଅପେକ୍ଷା କରିଥିବା ବହୁ ଅଭିଯୋଗକାରୀ ଜନଶୁଣାଣିରେ ଜିଲ୍ଲାପାଳ ଆସି ନ ଥିବା ଜଣାପଡ଼ିବା ପରେ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe