ଜୀବନକୁ ବାଜି ଲଗାଇ କୋଏଲ ନଦୀରେ କାଠ ଧରୁଛି ଲୋକ

Advertisment
ଜୀବନକୁ ବାଜି ଲଗାଇ କୋଏଲ ନଦୀରେ କାଠ ଧରୁଛି ଲୋକ

ରାଉରକେଲା/ବିଶ୍ରା : ବାତ୍ୟା ୟାସ୍‌ ଓ ତା’ପରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ରାଉରକେଲା ଉପକଣ୍ଠରେ ବିଶ୍ରା ବ୍ଲକର ତେତେରକେଲା ଗାଁର ଲୋକେ ଏଥିରୁ କିଛି ଲାଭ ଉଠାଇବାର ସୁଯୋଗ ପାଇ ଯାଇଛନ୍ତି। ଗାଁର ଲୋକେ ନିକଟରେ ଥିବା କୋଏଲ ନଦୀର ବନ୍ୟାଜଳରେ ଉପରମୁଣ୍ଡରୁ ଭାସି ଆସୁଥିବା କାଠକୁ ଭାରି ଉତ୍ସାହର ସହିତ ସଂଗ୍ରହ କରୁଛନ୍ତି। କିଛି ଲୋକ ଜୀବନକୁ ବାଜି ଲଗାଇ ନଦୀରେ ପଶି କାଠ ଛାଣୁଛନ୍ତି ତ କିଛି ନଦୀ ପୋଲ ଉପରେ ଠିଆହୋଇ ଦଉଡ଼ି ସାହାଯ୍ୟରେ କାଠକୁ ମାଛଭଳି ଧରୁଛନ୍ତି। ସେଥିପାଇଁ ପୋଲ ଉପରେ ଏବେ ଦିନସାରା ଓ ସନ୍ଧ୍ୟାରେ ମଧ୍ୟ ଉତ୍ସାହୀ ଲୋକଙ୍କର ଗହଳି ଦେଖିବାକୁ ମିଳୁଛି।

publive-image

ୟାସ୍‌ ପ୍ରଭାବରେ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଆଗକୁ ତାହା ଆହୁରି ବଢ଼ିବ ବୋଲି କୁହା ଯାଉଛି। ଉପର ମୁଣ୍ଡରେ ଥିବା ଜଙ୍ଗଲ ଦେଇ ପ୍ରବାହିତ ହୋଇ ଆସିବାବେଳେ ନଦୀରେ ବଡ଼ ବଡ଼ କାଠ ଭାସି ଆସୁଛି। ତେବେ ଲୋକେ ଏଠାରେ ଯେମିତି ଜୀବକୁ ପାଣି ଛଡ଼ାଇ ଖୋଲାଖୋଲି ଭାବେ ଦନୀରେ ପଶି ଭାସି ଆସୁଥିବା କାଠକୁ ଧରୁଛନ୍ତି, କେତେବେଳେ କିଏ ନଦୀରେ ଭାସି ଯିବାର ସବୁ ଆଶଙ୍କା ରହିଛି। ଉଲ୍ଲେଖନୀୟ ଯେ, କୋଏଲ ନଦୀର ସେହି ଅଂଶରେ ସାଧାରଣ ସମୟରେ ବି ଲୋକେ ପାଣିରେ ଭାସି ଯିବାର ବା ବୁଡ଼ି ଯିବାର ଘଟଣା ନିୟମିତ ଘଟିଥାଏ। ସେଥିପାଇଁ ନଦୀ କୂଳରେ ଚେତାବନୀ ବୋର୍ଡ ମଧ୍ୟ ଲଗାଯାଇଛି। କିନ୍ତୁ କାଠ ସଂଗ୍ରହ କରି ତା’କୁ ବିକ୍ରିକରି ଟଙ୍କା ପାଇବାର ଲୋଭରେ ଲୋକେ ସେ ଚେତାବନୀକୁ ମାନୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe