କଳାହାଣ୍ଡି: ଦାଣ୍ଡିମସ୍କା ଗାଁର ଦୁଃଖ ବଡ଼ଜୋର ନାଳ, ଅସ୍ଥାୟୀ ପୋଲ ଉପରେ ନିର୍ଭର

Advertisment
କଳାହାଣ୍ଡି: ଦାଣ୍ଡିମସ୍କା ଗାଁର ଦୁଃଖ ବଡ଼ଜୋର ନାଳ, ଅସ୍ଥାୟୀ ପୋଲ ଉପରେ ନିର୍ଭର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଚ୍ଛାଡ଼େଙ୍ଗେନ ପଂଚାୟତର ଦାଣ୍ଡିମସ୍କା ଅପହଂଚ ଗାଁ ଥିଲା । ମୌଳିକ ସୁବିଧା ଯୋଉଠି ଥିଲା ସାତସପନ। ବିଭିନ୍ନ ସମୟରେ ଖବର ପ୍ରସାରଣ ପରେ ଗାଁ ଲୋକେ ଦେଖିଲେ ବିକାଶର ଚିହ୍ନ । ପ୍ରଶାସନ ପହଞ୍ଚିଲା ଗାଁରେ । ଭିତ୍ତିଭୂମିର ବିକାଶ ହେଲା । ଗାଁକୁ ପହଂଚିଲା ରାସ୍ତା, ଜଳିଲା ବିଜୁଳୀବତୀ । ପିଇବାକୁ ମିଳିଲା ପାଣି , ହେଲେ ଦୁଇଟି ନଳକୂପରେ ମିଳେନି ବିଶୁଦ୍ଧ ପାଣି । ଏମାନେ ବର୍ଷର ପ୍ରାୟ ୮ମାସ ନାଳ ପାଣି ଉପରେ ଭରସା କରୁଥିବାବେଳେ ବାକି ଚାରିମାସ ଯେକୌଣସି ମତେ ନଳକୂପ ପାଣିରେ ଶୋଷ ମେଂଟେଇଥାନ୍ତି । ୨୪ ପରିବାରର ୨୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ, କିଛି ବର୍ଷ ତଳେ ଏହି ଗାଁକୁ ଯିବାକୁ ହେଲେ ପାଦଚଲା ହିଁ ଭରସା । କିନ୍ତୁ ଆଜି ସେହି ଗାଁକୁ ରାସ୍ତାଟିଏ ମିଳିଛି । ଗାଁକୁ ଯିବା ପୂର୍ବରୁ ପଡ଼େ ବଡ଼ଜୋର ନାଳା ।

ଆଜିଯାଏଁ ପୋଲ ହେଇନଥିବାବେଳେ ଅସ୍ଥାୟୀ ପୋଲ ହେଇଚି ତାହା ସ୍ଥାୟୀ ସମାଧାନ ନୁହେଁ । ବର୍ଷା ଦିନେ ବଢି ପାଣି ଆସିଲେ ପ୍ରାୟ ସମୟରେ ଏହି ପୋଲକୁ ଧୋଇନେଇଥାଏ। ଫଳରେ ବର୍ଷା ଦିନରେ ଏହି ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥାନ୍ତି । ଏହି ରାସ୍ତା ବନ୍ଦ ହେବା ଫଳରେ ଏମାନଙ୍କୁ ଦୁଲେନ, ପେଂଜିକୁପା, ବେଲୁର, ଉଲିମୁଣ୍ଡାଦେଇ ଡ଼ମ୍ବକର୍ଲାଖୁଂଟା ରାସ୍ତାଉପରେ ନିର୍ଭର କରିଥାନ୍ତି । ଏହି ରାସ୍ତା ବର୍ଷା ଦିନରେ କଦର୍ଯ୍ୟ ରହିବା ସହିତ ବିପଦ ସଂକୁଳ ମଧ୍ୟ ହେଇଥାଏ ।

ଗତ କିଛି ବର୍ଷ ଧରି ଏମାନେ ବର୍ଷା ପରେ ପରେ କାଠପୋଲ ତିଆରି କରି ଯା ଆସ କରୁଥିବା ବେଳେ ଏବେ ଅସ୍ଥାୟୀ ପୋଲ ହେଇଛି କିନ୍ତୁ ସୁଉଚ୍ଚ ପୋଲ ନୁହେଁ । ଏହି ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରି ଡ଼ମ୍ବକର୍ଲାଖୁଂଟା ପୂର୍ତ୍ତ ବିଭାଗ ରାସ୍ତା ସହିତ ସଂଯୋଗୀକରଣ କରିବାକୁ ଟୁକୁ ଭୋଏ, ଦେବରାଜ କୁମୁରା, ପରମେ ଧରୁଆ, ଡ଼ମୁ ମାଝୀ, ମତଲା ମାଝୀ, ସୁନାଧର ଚନ୍ଦନ, ଭକ୍ତ ଧରୁଆ, ମଙ୍ଗଲୁ ମାଝୀ ପ୍ରମୁଖ ଗ୍ରାମବାସୀ ପ୍ରଶାସନ ପାଖରେ ଦାବୀ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe